Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପକ୍ଷୀମାଡ଼ରେ କ୍ଷତିଗ୍ରସ୍ତ ହେଲା ଆକାଶ ଏୟାର ବିମାନ

27/10/2022 at 1:47 PM

ନୂଆଦିଲ୍ଲୀ: ଗୁରୁବାର ସକାଳେ ଉଡ଼ାଣ ଭରିବା ବେଳେ ଦୁର୍ଘଟଣାର ଶିକାର ହେଲା ଆକାଶ ଏୟାର ବିମାନ। ବୋଇଂ 737 ମାସ୍କ-8 ଏୟାରକ୍ରାଫ୍ଟ ବିମାନଟି ଭୂପୃଷ୍ଠରୁ ୧୯୦୦ ଫିଟ୍ ଉପରେ ଉଡ଼ୁଥିବା ବେଳେ ପକ୍ଷୀମାଡ଼ ହୋଇ ବିମାନର ଅଧିକାଂଶ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଡିଜିସିଏ କହିଛି “ଆଜି ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ଆକାଶ ବି-737-8(ମ୍ୟାକ୍ସ) ଏୟାରକ୍ରାଫ୍ଟ VT-YAF ଅପରେଟିଂ ଫ୍ଲାଇଟ୍ QP-1333ରେ ପକ୍ଷୀ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ୧୯୦୦ ଫିଟ୍‌ ଉପରେ ବିମାନ ଉଡ଼ୁଥିବା ବେଳେ ବିମାନରେ ପକ୍ଷୀମାଡ଼ ହୋଇଥିଲା। ଦିଲ୍ଲୀରେ ଅବତରଣ କରିବା ପରେ ବିମାନଟି କେତେମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ତାହା ଜଣାପଡ଼ିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ବିମାନଟି ଏୟାରକ୍ରାଫ୍ଟ ଏଓଜି(ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ) ଘୋଷଣା କରିଥିଲା।”

ସୂଚନା ଥାଉକି, ଆକାଶ ଏୟାର ବିମାନ କମ୍ପାନୀ ଦିବଙ୍ଗତ ବ୍ୟବସାୟୀ ରାକେଶ ଝୁନଝୁନୱାଲାଙ୍କର। ମୃତ୍ୟୁ ପୂର୍ବରୁ ସେ ଏହି କମ୍ପାନୀର ଆରମ୍ଭ ନେଇ ଘୋଷଣା କରିଥିଲେ। ଅଗଷ୍ଟ ମାସରେ ଆକାଶ ଏୟାରର ଲଞ୍ଚ କରିଥିଲା।  

   Related Posts