ଅମିତାଭ ବଚ୍ଚନଙ୍କୁ ଦିଲ୍ଲୀ ବାର କାଉନସିଲର ଲିଗାଲ ନୋଟିସ... ଜାଣନ୍ତୁ କାହିଁକି

Published By : Prameya-News7 Bureau | November 02, 2018 IST

ଦିଲ୍ଲୀ ୨/୧୧ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାଁରେ ଲିଗାଲ ନୋଟିସ ଜାରି ହୋଇଛି | ଦିଲ୍ଲୀ ବାର କାଉନସିଲ ଅମିତାଭଙ୍କୁ ଏଭଳି ନୋଟିସ ପଠାଇଛି | ବିଜ୍ଞାପନ ଫିଲ୍ମରେ ଅମିତାଭ ଓକିଲ ପୋଷାକ ପିନ୍ଧିଥିବା କାରଣରୁ ଏହାକୁ ଅନୁଚିତ ବୋଲି କହିଛି ବାର କାଉନସିଲ । ନୋଟିସ ଜାରି କରିବା ସହ ଏହି ବିଜ୍ଞାପନର ପ୍ରସାରଣକୁ ବନ୍ଦ କରିବାକୁ ନୋଟିସରେ କୁହାଯାଇଛି | ବାର କାଉନସିଲର ଅଧ୍ୟକ୍ଷ କେ.ସି.ମିତ୍ତଲ ଇଣ୍ଡିଆ ଟୁଡ଼େକୁ କହିଥିଲେ ଯେ, ଏକ ମସଲାର ବିଜ୍ଞାପନରେ  ଅମିତାଭ ଓକିଲ ଭଳି ପୋଷାକ ପିନ୍ଧିଛନ୍ତି | ତେବେ ସେ ପୋଷାକ ଏଭଳି ପିନ୍ଧିବା ଅନୁଚିତ | ସେଥିପାଇଁ ଅମିତାଭଙ୍କୁ ନୋଟିସ ଜାରି କରାଯାଇଛି । ତେବେ ଅମିତାଭଙ୍କୁ ଜାରି ହୋଇଥିବା ଏହି ନୋଟିସ ଉଭୟ କମ୍ପାନୀକୁ ଏବଂ ଅମିତାଭଙ୍କୁ ସମସ୍ୟାରେ ପକାଇପାରେ | ଏହି ମାମଲାରେ ଅମିତାଭ ଏକ ଟ୍ୱିଟ ମଧ୍ୟ କରିଛନ୍ତି | ସେ ଲେଖିଛନ୍ତି " ଜିସକୀ କାମିୟାବି ରୋକି ନହିଁ ଯା ସକତୀ ଉସକୀ ବଦନାମୀ ସୁରୁ ହୋ ଜାତି ହେ"| ନିକଟରେ ଅମିତାଭଙ୍କ ଫିଲ୍ମ ଥଗସ ଅଫ ହିନ୍ଦୁସ୍ତାନ ରିଲିଜ ହେବାକୁ ଯାଉଛି | ପ୍ରଥମଥର ପାଇଁ ଅମିତାଭ ଏବଂ ଆମୀର ଖାନଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ | ଫିଲ୍ମର ଟ୍ରେଲର ବହୁ ଆଗରୁ ରିଲିଜ ହୋଇସାରିଛି | ତେବେ ୟୁଟ୍ୟୁବରେ ଏହାକୁ ବହୁତ ଭଲ ରେସପନ୍ସ ମିଳିଛି | ତେବେ ଅମିତାଭ ତାଙ୍କର ରିଆଲିଟି ଟିଭି ଶୋ କୌନ ବନେଗା କାରୋଡ଼ପତିରେ ବ୍ୟସ୍ତ ଅଛନ୍ତି | ଏଥର କୌନ ବନେଗା କାରୋଡ଼ପତିର ଦଶମ ସଂସ୍କରଣ ଚାଲିଛି | ଏଥିରେ ଏପର୍ଯ୍ୟନ୍ତ ଜଣେ କୋଟିଏ ଟଙ୍କା ଜିତିସାରିଛି | ତେବେ ୭ କୋଟି ଏଯାଏଁ କୌଣସି ପ୍ରତିଯୋଗୀ ପହଂଚିପାରିନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.