ଦିଲ୍ଲୀ ନିର୍ବାଚନ : ୭୦ବିଧାନସଭା ଆସନ ପାଇଁ ହେବ ଭୋଟିଂ, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ପାଇଁ ଆଜି ଭୋଟ୍ ଗ୍ରହଣ ହେବ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ସକାଳ ୮ଟାରୁ ଭୋଟ୍‍ ଗ୍ରହଣ କରାଯିବ । ମୋଟ୍‍ ୬୭୨ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ୧ କୋଟି ୪୭ ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୭୫୦ଟି ଭୋଟ୍‍ଗ୍ରହଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି  ।

{"id":221643,"sizeSlug":"large"}

ମୋଟ୍‍ ୬୭୨ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ନୂଆଦିଲ୍ଲୀ ଆସନରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ପଟେଲନଗର ଆସନରେ ସର୍ବନିମ୍ନ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । 

{"id":221644,"width":577,"height":431,"sizeSlug":"large"}

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ସୁରକ୍ଷା ଦାୟିତ୍ବରେ ୧୯୦ କମ୍ପାନୀ ପାରା ମିଲିଟାରୀ ଫୋର୍ସ ଓ ୧୯ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପୋଷ୍ଟାଲ୍‍ ବାଲାଟ୍ ବ୍ୟବସ୍ଥା କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ ଭୋଟ୍‍ ଗଣତି ହେବ ।

{"id":221647,"sizeSlug":"large"}

ସେପଟେ ମତଦାନ ପୂର୍ବରୁ ଠାକୁରଙ୍କ ଶରଣରେ ପଶିଥିଲେ ନେତା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିଜେପି ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀ ମନ୍ଦିର ଯାଇ ପୂଜା ପାଠ କରିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.