ନୂଆଦିଲ୍ଲୀ ୧୮।୧୧: ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ଓ ଦିଲ୍ଲୀର ବାୟୁ ଗୁଣମାନରେ ସୁଧାର ଆସିଛି। ଏଣୁ ଶନିବାର ସରକାର ଗ୍ରେପ-୪ ଅନୁସାରେ ଲଗାଇଥିବା କଟକଣା କୋହଳ କରିଛନ୍ତି। ଏହି ସୂଚନା ଜାତୀୟ ରାଜଧାନୀ କ୍ଷେତ୍ର ଓ ନିକଟବର୍ତ୍ତି କ୍ଷେତ୍ରର ବାୟୁଗୁଣବତ୍ତା ପ୍ରବନ୍ଧନ ଆୟୋଗ ଦେଇଛନ୍ତି। କଟକଣା ହଟିବା ପରେ ଏବେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ସାର୍ବଜନିକ ନିର୍ମାଣ ସମ୍ପର୍କିତ ନିର୍ମାଣ କାର୍ଯ୍ୟ ସବୁ ହୋଇପାରିବ।
{"id":871520,"sizeSlug":"full","linkDestination":"none"}ତେବେ ବାୟୁଗୁଣବତ୍ତା ଖରାପ ହେବା ଯୋଗୁ ଜାତୀୟ ରାଜଧାନୀରେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ସହ ଟ୍ରକ୍ ଓ ୪ ଚକିଆ ବାଣିଜ୍ୟିକ ଯାନର ପ୍ରବେଶ ଉପରେ କଟକଣା ଲାଗିଥିଲା। ଏବେ ଗ୍ରେପ-୪ କଟକଣା ପ୍ରତ୍ୟାହୃତ ହୋଇଥିବାରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାଣିଜ୍ୟିକ ଭାରିଯାନ ପ୍ରବେଶ ମଧ୍ୟ ସମ୍ଭବ ହୋଇଛି। ତେବେ ରାଜଧାନୀ ଦିଲ୍ଲୀରେ ଏବେବି ଗ୍ରେପ-୧ରୁ ଗ୍ରେପ-୩ ପର୍ଯ୍ୟନ୍ତ ଥିବା ସମସ୍ତ କଟକଣା ବଳବତ୍ତର ରହିବ।
{"id":871521,"sizeSlug":"full","linkDestination":"none"}ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବାୟୁ ମାନରେ ଗରୁତର ଅବନତି ପରେ ସରକାର ନଭେମ୍ବର ୫ ତାରିଖ ଦିନ ଗ୍ରେପ-୪ କଟକଣା ଲାଗୁ କରିଦେଇଥିଲେ। ଫଳରେ ଜାତୀୟ ରାଜଧାନୀ ଅଞ୍ଚଳରେ ଭାରି ଯାନବାହନ ଚଳାଚଳ ବ୍ୟହତ ହେବା ସହ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ତେବେ ଗତ ୩ ଦିନରେ ପ୍ରଦୂଷଣ ସ୍ତରରେ ହୋଇଥିବା ସୁଧାରକୁ ନଜରରେ ରଖି ସରକାର ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିଛନ୍ତି।