ଦିଲ୍ଲୀ ବିଲ୍ :  ଲୋକସଭା ପରେ ଏବେ ରାଜ୍ୟସଭାରେ ଗୃହୀତ ହେଲା ବିଧେୟକ, ଏକ ହେବ ୩ ନଗର ନିଗମ

Published By : Prameya-News7 Bureau | April 05, 2022 IST

ନୂଆଦିଲ୍ଲୀ ୫।୪: ଲୋକସଭା ପରେ ମଙ୍ଗଳବାର ରାଜ୍ୟସଭାରେ ଦିଲ୍ଲୀ ନଗରନିଗମ ସଂଶୋଧନ ବିଧେୟକ ୨୦୨୨ ଗୃହୀତ ହୋଇଯାଇଛି। ଧ୍ୱନୀମତରେ ଗୃହୀତ ହୋଇଥିବା ଏହି ବିଲ୍‌ରେ ଦିଲ୍ଲୀ ନଗରନିଗମ ଅଧିନିୟମ ୧୯୫୭ର ସଂଶୋଧନ ଦାବି କରାଯାଇଛି। ଯାହାଦ୍ୱାରା ଦିଲ୍ଲୀର ୩ ନଗର ନିଗମ ଏକିକୃତ କରାଯାଇପାରିବେ। ଏହା ପୂର୍ବରୁ ଲୋକସଭାରେ ବିଧେୟକ ଚର୍ଚ୍ଚାରେ ଅଂଶଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନଗରନିଗମଙ୍କ ସହ ଦିଲ୍ଲୀ ସରକାରଙ୍କ ବ୍ୟବହାର ହିଁ ଏହି ସଂଶୋଧନ ବିଧେୟକ ଆଣିବାକୁ ବାଧ୍ୟ କରୁଥିବା କହିଥିଲେ। 

ଦିଲ୍ଲୀ ସରକାରଙ୍କ ଏପରି ଆଭିମୁଖ୍ୟ ଲାଗି ନଗରନିଗମଙ୍କୁ ଦାୟିତ୍ୱ ନିର୍ବାହ କରିବାରେ ପର୍ଯ୍ୟାପ୍ତ ସଂସାଧନ ଉପଲବ୍ଧ ହୋଇ ପାରୁନଥିବା କହିଥିଲେ । ମଙ୍ଗଳବାର ଶାହ ରାଜ୍ୟସଭାରେ ଦିଲ୍ଲୀ ନଗରନିଗମ ସଂଶୋଧନ ବିଧେୟକ ୨୦୨୨ଉପସ୍ଥାପାନ କରିଥିଲେ। ବିଧେୟକକୁ ଗୃହରେ ଧ୍ୱନୀମତରେ ଗୃହୀତ କରାଯାଇଛି। ଏହି ବିଧେୟକକୁ ଗତ ମାର୍ଚ୍ଚ ୩୦ ତାରିଖ ଦିନ ଲୋକସଭାର ମଞ୍ଜୁରୀ ମିଳିଥିଲା। ବିଧେୟକ ଚର୍ଚ୍ଚାରେ ଶାହ କହିଥିଲେ ଯେ ଯେହେତୁ ଦିଲ୍ଲୀ ଏକ ପୂର୍ଣ୍ଣ ରାଜ୍ୟ ନୁହେଁ ବିଧାନସଭା ଦ୍ୱାରା ନିର୍ମିତ ଆଇନର ସଂଶୋଧନ ଅଧିକାର ସଂସଦର ରହିଛି।

{"id":610054,"width":838,"height":469,"sizeSlug":"full","linkDestination":"none"}

ତେବେ ବିଧେୟକକୁ କଂଗ୍ରେସ ସାମ୍ବିଧାନିକ ରୂପେ ଅସମର୍ଥ ବୋଲି କହିଛି। ଯଦି ଏହାକୁ କୋର୍ଟରେ ଚାଲେଞ୍ଜ କରାଯାଏ ତେବେ ଏହି ଅଧିନିୟମ ନିରସ୍ତ ହୋଇପାରେ। ଏ ବାବଦେ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘବୀ ଗଣମାଧ୍ୟମ ସହ ଚର୍ଚ୍ଚାରେ ବିଜେପି  ଭାରତୀୟ ଜନତାପାର୍ଟି  ନୁହେଁ ଭାରତ ନିୟନ୍ତ୍ରଣ ପାର୍ଟି ବୋଲି କହିଛନ୍ତି। ସବୁ ବ୍ୟବସ୍ଥାକୁ ନିଜ ଏକଛତ୍ରବାଦ ତଳେ ରଖିବାକୁ ଚାହୁଁଥିବା ଏକ ଦଳ ବୋଲି ସେ କହିଚନ୍ତି। 

ତେବେ ସାମ୍ବିଧାନିକ ଭାବେ ଏହା ଏକ ଅସମର୍ଥ ଆଇନ ଯେତେବେଳେ ଏହାକୁ ଚାଲେଞ୍ଜ କରାଯିବ ଏହା ମନକୁ ମନ ମିଳେଇଯିବ ବୋଲି କହିଛନ୍ତି। ଏହି ବିଧେୟକରେ ନିଗମର ଆୟ ଓ ବ୍ୟୟ ମଧ୍ୟରେ ଅନ୍ତର କିପରି ଦୂର ହୋଇପାରିବ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ସେହିପରି କେନ୍ଦ୍ର ସରକାର ନିଗମକୁ କେତେ ଅର୍ଥ ଦେଉଛନ୍ତି ତାର ମଧ୍ୟ ଏଥିରେ ଉଲ୍ଲେଖ ନଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.