ବର୍ଷା ପରେ ବି ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ; ଆନନ୍ଦ ବିହାରରେ ଏକ୍ୟୁଆଇ ୨୮୨ ରେକର୍ଡ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ବର୍ଷା ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି । ତଥାପି ବାୟୁ ଗୁଣବତ୍ତା ଖରାପ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଶନିବାର ସର୍ବାଧିକ ଏୟାର କ୍ବାଲିଟି ଇଣ୍ଡେକ୍ସ ଆନନ୍ଦ ବିହାରରେ ରେକର୍ଡ କରାଯାଇଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୨୮୨ ରହିଥିବା ବେଳେ ଆଈଟିଓରେ ଏକ୍ୟୁଆଇ ୨୬୩, ପଞ୍ଜାବବାଗରେ ୨୬୩ ଏବଂ ଆରକେ ପୁରମରେ ୨୨୦ ରେକର୍ଡ କରାଯାଇଛି ।

wp:html /wp:html

ଶୁକ୍ରବାର ରାତିରେ ଦିଲ୍ଲୀ- ଏନସିଆର ଅଞ୍ଚଳରେ ବର୍ଷା ହୋଇଥିବାରୁ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଛି । ଫଳରେ ବାୟୁର ଗୁଣବତ୍ତା ବୃଦ୍ଧି ପାଇଛି । ଗତ କିଛି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୦ରୁ ୫୦୦ ମଧ୍ୟରେ ରହିଥିଲା । ଫଳରେ ଦିଲ୍ଲୀରେ ନିଶ୍ବାସ ନେବା ମୁସ୍କିଲ୍ ହେଉଥିଲା । ଧୂଆଁର ଚଦର ଦିଲ୍ଲୀ ବୟୁମଣ୍ଡଳରେ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଗୋଟିଏ ଦିନ ନିଶ୍ବାସ ନେବା ଯାହା ଦିନକୁ ୧୦ଟି ସିଗାରେଟ୍ ଟାଣିବା ସହିତ ସାମାନ । ପଞ୍ଜାବ ଓ ହରିୟାଣାରେ ନଡ଼ା ଜିଳିବା ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା କୁହାଯାଉଛି । ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସରକାରଙ୍କ ଉପରେ ବର୍ଷିଛନ୍ତି । ଅନ୍ୟପଟେ ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବା ପାଇଁ ଚିନ୍ତା କରୁଛନ୍ତି ।

wp:embed {"url":"https://www.prameyanews7.com/mahua-moitra-advocate-jai-anant-dehadrai-dog-henry-controversy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mahua-moitra-advocate-jai-anant-dehadrai-dog-henry-controversy/
/wp:embed

ତେବେ ଗତ ଦୁଇ ଦିନ ହେଲା ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ଲଗତାର ବର୍ଷା ହୋଇଥିବାରୁ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରସ ପାଇଛି । ଏକ୍ୟୁଆଇ ୪୫୦ରୁ ୨୬୦କୁ ଖସିଆସିଛି । ଯାହା ଫଳରେ ଲୋକ ସାମାନ୍ୟ ଆଶ୍ବସ୍ତ ଅନୁଭବ କରିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.