ବିବାଦ ପରେ ପଛଘୁଞ୍ଚା ଦେଲା ଦିଲ୍ଲୀ ଏମ୍ସ: ସାଂସଦଙ୍କୁ ସ୍ୱତନ୍ତ୍ର ଚିକିତ୍ସା ନିର୍ଦ୍ଦେଶକୁ ଫେରାଇଲା

Published By : Prameya-News7 Bureau | October 21, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ଫେରାଇ ନିଆଯାଇଛି। ଏଭଳି ବ୍ୟବସ୍ଥା ଭିଆଇପି ସଂସ୍କୃତିକୁ ପ୍ରୋତ୍ସାହନ ଦେବ ବୋଲି କହି ବିରୋଧ ହେବାରୁ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶକୁ ଫେରାଇ ନେଇଛନ୍ତି। ଏନେଇ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ମୁଖ୍ୟ ଏଡମିନିଷ୍ଟ୍ରେଟିଭ୍ ଅଫିସର ଦେବ ନାଥ ସାହ ସୂଚନା ଦେଇଛନ୍ତି। ଶୁକ୍ରବାର ଲୋକସଭା ସଚିବାଳୟର ଯୁକ୍ତ ସଚିବ ୱାଇ.ଏମ୍‌. କାଣ୍ଡପାଲଙ୍କୁ ଚିଠି ଲେଖି ଶାହ ଏ ବିଷୟରେ ଅବଗତ କରାଇଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ ଦିଲ୍ଲୀ ଏମ୍ସରେ ସାଂସଦଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକ ଡା. ଏମ୍‌ ଶ୍ରୀନିବାସଙ୍କ ଚିଠିକୁ ତତ୍‌କାଳ ପ୍ରଭାବରେ ଫେରାଇ ନିଆଯାଇଛି। ଫେଡେରେସନ ଅଫ୍ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ୍‌(FAIMA) ଏହି ବ୍ୟବସ୍ଥା ବିରୋଧରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖିଥିଲା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସରେ ସାଂସଦରଙ୍କର ସ୍ୱତନ୍ତ୍ର ଚିକିତ୍ସା ନେଇ ଏକ ଏସ୍‌ଓପି ଜାରି କରାଯାଇଥିଲା। ଏହି ଏସ୍‌ଓପି ଅନୁସାରେ, ସାଂସଦଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାର ସମନ୍ୱୟ ପାଇଁ ଏକ ନୋଡାଲ ଅଧିକାରୀ ନିଯୁକ୍ତି ଦିଆଯିବାର ଥିଲା। ଏନେଇ ଏମ୍ସ ନିର୍ଦ୍ଦେଶକ ଏମ୍‌ ଶ୍ରୀନିବାସ ଲୋକସଭା ସଚିବାଳୟର ଯୁଗ୍ମ ସଚିବ ୱାଇଏମ୍ କାଣ୍ଡପାଲକୁ ଚିଠି ଲେଖି ଜଣାଇଥିଲେ।ବ୍ୟବସ୍ଥାର ସୁଚାରୁ ରୂପେ ପରିଚାଳନା ପାଇଁ ହସ୍‌ପିଟାଲ୍‌ର ପ୍ରଶାସନିକ ବିଭାଗର ଅଧିକାରୀ ଏମ୍ସ ନିୟନ୍ତ୍ରଣ କକ୍ଷରେ ୨୪ ଘଣ୍ଟା ଉପଲବ୍‌ଧ ରହିବେ। ଏହି ଚିଠିରେ ଏମ୍ସ ନିର୍ଦ୍ଦେଶକ କିଛି ଅଧିକାରୀଙ୍କ ନମ୍ବର ବି ଦେଇଥିଲେ। ଯେଉଁଥିରେ ସାଂସଦ କିମ୍ବା ତାଙ୍କ ପରିଚୟ କଲ୍‌ କରି କଥା ହୋଇପାରିଥାନ୍ତେ।

ତେବେ ଏମ୍ସର ଡାକ୍ତରଙ୍କର ଏକ ସଂଗଠନ ଏହାକୁ ବିରୋଧ କରିଥିଲା। ଭିଆଇପି ସଂସ୍କୃତି କହି ନିର୍ଦ୍ଦେଶର ଆଲୋଚନା କରିଥିଲେ। ଏମ୍ସ ଫେଡେରେସନ ଅଫ୍‌ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ(ଏଫ୍‌ଓଆର୍‌ଡିଏ)ର ଏଭଳି ନିର୍ଦ୍ଦେଶକୁ ବିରୋଧ କରିଥିଲେ। ସାଂସଦଙ୍କୁ ବିଶେଷ ସୁବିଧା ଦେଲେ ଏହା ସାଧାରଣ ରୋଗୀଙ୍କ ସେବାର ସମସ୍ୟା ସୃଷ୍ଟି କରିପାରେ। ଏଭଳି ଭିଆଇପି ସଂସ୍କୃତିକୁ ଆମେ ନିନ୍ଦା କରୁ ବୋଲି ଏଫ୍‌ଓଆର୍‌ଡିଏ ଟ୍ୱିଟ୍ କରି ଅସନ୍ତୋଷ ପ୍ରକାଶ କରିଥିଲା। ଅନ୍ୟ କାହାର ବିଶେଷ ଅଧିକାର ପାଇଁ ଅନ୍ୟ କୌଣସି ରୋଗୀକୁ ସମସ୍ୟା ହେବା କଥା ନୁହେଁ ବୋଲି ଏଫ୍‌ଓଆର୍‌ଡିଏ କହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.