ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ୍ ପଛରେ ରହିଛି ଚୀନର ହାତ। ଚାଇନାର ହ୍ୟାକରମାନେ ସର୍ଭର ହ୍ୟାକ୍ କରିଛନ୍ତି ବୋଲି ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି। ତେବେ କୌଣସି ଡାଟା ଚୋରି ହୋଇନାହିଁ ସବୁ ସୁରକ୍ଷିତ ଅଛି ବୋଲି ଏମ୍ସ ସରକାରୀ ସୂତ୍ରରୁ ଖବର ପ୍ରକାଶ ପାଇଛି।
ଏମ୍ସର ୧୦୦ ସର୍ଭର(୪୦ ଫିଜିକାଲ ଓ ୬୦ ଭାର୍ଚୁଆଲ୍) ମଧ୍ୟରୁ ୫ଟି ସର୍ଭର ଭିତରେ ପ୍ରବେଶ କରିବାକୁ ହ୍ୟାକରମାନେ ସଫଳ ହୋଇଥିଲେ। ଯଦି ଠିକ୍ ସମୟରେ ଏହାକୁ ରୋକାଯାଇ ପାରି ନଥାନ୍ତା ତେବେ ବହୁତ କ୍ଷତି ହୋଇଥାନ୍ତା ବୋଲି ସରକାରୀ ସୂତ୍ର ପକ୍ଷରୁ କୁହାଯାଇଛି।
ସୂଚନା ଥାଉକି ନଭେମ୍ବର ମାସରେ ପ୍ରଥମ ଏମ୍ସର ସର୍ଭର ୯ ଘଣ୍ଟା ପାଇଁ ଡାଉନ୍ ହୋଇଥିଲା। ଏହାପରେ ହ୍ୟାକର ଆଟାକ ପାଇଁ ଏଭଳି ହୋଇଥାଇପାରେ ବୋଲି ଏମ୍ସ କହିଥିଲା। ସର୍ଭର ହ୍ୟାକ୍ କରିବା ପରେ ହ୍ୟାକରମାନେ ଏମ୍ସ ଠାରୁ ୨୦୦ କୋଟିର କ୍ରିପ୍ଟୋକରେନ୍ସ ଦାବି କରିଥଇଲେ। ହସ୍ପିଟାଲ୍ର ୩-୪ କୋଟି ଲୋକଙ୍କର ବ୍ୟକ୍ତିଗତ ତଥ୍ୟା ଚୋରି ହେବାର ଭୟ ବି ଦେଖାଯାଇଥିଲା। ଡିସେମ୍ବର ୨ ତାରିଖରେ ହସ୍ପିଟାଲ୍ର ୫ ସର୍ଭର ଡ୍ୟାମେଜ୍ ହୋଇଥିବା ଜଣାପଡ଼ିଥିଲା।