ଡାଉନ ହେଲା ଦିଲ୍ଳୀ ଏମ୍ସ ସର୍ଭର, ଡାଟା ଚୋରି ପାଇଁ ରାନସମ୍‌ଓୟାର ଆଟାକ୍ ଆଶଙ୍କା

Published By : Prameya-News7 Bureau | November 23, 2022 IST

ନୂଆଦିଲ୍ଲୀ, ୨୩/୧୧: ଡଉନ ହେଲା ଦିଲ୍ଳୀ ଏମ୍ସ ସର୍ଭର ଡାଉନ। ବୁଧବାର ସକାଳୁ ହସ୍ପିଟାଲର ସର୍ଭର ଡାଉନ ରହିଛି। ଫଳରେ ହସ୍ପିଟାଲର ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜିଛି। ସର୍ଭର ବନ୍ଦ ହେବା ଯୋଗୁଁ ସ୍ମାର୍ଟ ଲାବ୍, ବିଲିଂ, ରିପୋର୍ଟ ପ୍ରସ୍ତୁତ, ଆପଏଣ୍ଟମେଣ୍ଟ ସିଷ୍ଟମ ସହ ଓପିଡି ଏବଂ ଆଇପିଡି ଡିଜିଟାଲ ସେବା ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଦିଲ୍ଳୀ ଏମ୍ସରେ ବ୍ୟବହୃତ ହେଉଥିବା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଇ-ହସ୍ପିଟାଲ ସର୍ଭର ସକାଳ ୭ ଟାରୁ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଓପିଡି ଏବଂ ନମୁନା ସଂଗ୍ରହ ସେବା ପ୍ରଭାବିତ ହୋଇଛି । ଏମ୍ସ ଅଧିକାରୀ କହିଛନ୍ତି ଯେ ଏହି ସେବା ବର୍ତ୍ତମାନ ମାନୁଆଲ ମୋଡରେ କରାଯାଉଛି।

ଏମ୍ସ ଏକ ବୟାନରେ କହିଛି ଯେ ଏମ୍ସ ଏନଆଇସି ଟିମ୍‌କୁ ସୂଚନା ଦେଇଛି ଯେ ଏହା ଏକ ରାନସମଓୟାର ଆକ୍ରମଣ ହୋଇପାରେ। ତେବେ ଅସୁବିଧାର ସମାଧାନ କରାଯାଉଛି ଏବଂ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଅଧିକାରୀ। ଏହା ସହ ଭବିଷ୍ୟତରେ କିଭଳି ଏଭଳି ନଘଟେ ସେଥିପାଇଁ ଏମ୍ସ ଏବଂ ଏନଆଇସି ଉଚିତ୍ ପଦକ୍ଷେପ ନିଆଯିବା ନେଇ ହସ୍ପିଟାଲ ତରଫରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.