vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ, ଜଳିଗଲା ଫର୍ଣ୍ଣିଚର ଗୋଦାମ

22/05/2022 at 7:38 AM

ନୂଆଦିଲ୍ଲୀ ୨୨/୦୫:  ଦିଲ୍ଲୀ ବଜରଙ୍ଗ ଛକରେ ଭୟାବହ ଅଗ୍ନିକାଣ୍ଡ । ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।ଶନିବାର ସଂଧ୍ୟାରେ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ନିଆଁ ଏତେ ଭୟଙ୍କର ଥିଲା ଯେ ୧୧ ଦମକଳ ଗାଡି ନିୟୋଜିତ ହୋଇଥିଲେ । ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ମାମଲା ବଢିବାରେ ଲାଗିଛି । ନିକଟରେ ମୁଣ୍ଡକା ଅଞ୍ଚଳରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୨୭ ଜଣ ଜଳି ପ୍ରାଣ ହରାଇଥିଲେ । ଅନେକ ନିଖୋଜ ହୋଇଯାଇଥିଲେ  । ବିଳମ୍ବିତ ରାତି ଯାଏଁ ଅଗ୍ନିଶମ ଓ ଏନଡିଆରଏଫ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯଇଥିଲା ।

ଏହାର କିଛି ଦିନ ପରେ ଗୋବିନ୍ଦପୁରୀ ଅଞ୍ଚଳରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା ।  ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା  । ଫଳରେ ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା । ଗୁରୁବାର ବଓ୍ୱାନାରେ ଥିବା ଏକ ଫାକ୍ଟ୍ରିରେ ମଧ୍ୟ ଭୀଷଣ ନିଆଁ ଲାଗିଯାଇଥିଲା। ଯାହାକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳ ବାହିନୀ କସରତ କରିଥିଲେ ।

   Related Posts