ନୂଆଦିଲ୍ଲୀ ୨୧।୦୧ : ନୂଆଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ।ରାଜଧାନୀରେ ଥିବା କନ୍ନଟ ପ୍ଲେସ୍ ନିକଟରେ ଥିବା ଏକ ହୋଟେଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି ।
ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ କନ୍ନଟ ପ୍ଲେସ୍ ନିକଟରେ ଥିବା ହୋଟେଲ୍ରେ ନିଆଁ ଲାଗିଯାଇଥିଲା । ଯାହାପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ହୋଟେଲ୍ରେ ନିଆଁ ଲାଗିଥିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇଥିଲା ।ଏହାପରେ ଅଗ୍ନିଶମ ବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା ।
ତେବେ କନ୍ନଟ ପ୍ଲେସ୍ ନିକଟରେ ଥିବା ସନ୍ ସିଟି ହୋଟେଲ୍ରେ ନିଆଁ କିପରି ଲାଗିଲା । ସେନେଇ କିଛି ସବିଶେଷ ସୂଚନା ମିଳିନାହିଁ । ସେହିପରି ଏବେ ଯାଏଁ କେତେ ସଂଖ୍ୟକ ଲୋକ ଏହି ଅଘଟଣରେ ଆହତ ହୋଇଛନ୍ତି । ସେନେଇ ମଧ୍ୟ କିଛି ସଠିକ୍ ସୂଚନା ନାହିଁ ।