suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟ୍ୟୁମର୍ ଅପରେସନ୍ ପାଇଁ ବାୟୋକେମିକାଲ୍ ଇଞ୍ଜିନିୟର ତିଆରି କରିଛନ୍ତି ନୂଆ ଉପକରଣ

3/10/2020 at 5:00 PM

ନୂଆଦିଲ୍ଲୀ ୦୩/୧୦ : ନେଦରଲାଣ୍ଡ ଡେଲ୍ଫ୍ଟ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (Delft University of Technology in Netherlands) ପରଜୀବୀ ୱାସ୍ ପତଳା ଟ୍ୟୁବ ଭଳି ସର୍ଜିକାଲ ଉପକରଣ ଡିଜାଇନ କରିଛି। ଏହାଦ୍ୱାରା ଅପରେସନ ସମୟରେ ଟ୍ୟୁମର ଓ  ଜମାଟ ବାନ୍ଧିଥିବା ରକ୍ତକୁ ସହଜରେ ହଟାଇ ଦିଆଯାଇପାରିବ। ପରଜୀବୀର ଏହି ଟ୍ୟୁବକୁ ସୁଇନୁମା ଅଙ୍ଗକୁ ଓବିପୋଜିଟର କୁହାଯାଏ। ପରଜୀବୀ ଏହି ଅଙ୍ଗ ସାହାଯ୍ୟରେ ନିଜ ଅଣ୍ଡାକୁ ଅଣ୍ଡାସୟରେ ରଖିଥାଏ। ଏହି ଅଙ୍ଗ ଏକ ପ୍ରକାର କାଠରେ କଣା କରୁଥିବା ଡ୍ରିଲ ମେସିନ ଭଳି ଦେଖାଯାଉଛି। ପରଜୀବୀର ଏହି ଅଙ୍ଗ ପୀଡିତାଙ୍କ ଚିକିତ୍ସାରେ ସହାୟକ ହୋଇପାରେ।

ମେଲ ଅନଲାଇନର ଏକ ରିପୋର୍ଟ ଅନୁଯାୟୀ, ଏହି ଉପକରଣର ଉପଯୋଗ ଶରୀରର କୋଷର ନମୁନା ବାହାର କରିବା ଓ ଛୋଟରୁ ଅତି ଛୋଟ ଅପରେସନ ପାଇଁ କରାଯାଇପାରିବ। ଏହି ପରଜୀବୀର ଓବିପୋଜିଟ ଅଙ୍ଗ ଏମିତି ଏକ ଅଙ୍ଗ ଯାହା ସାହାଯ୍ୟରେ ପରଜୀବୀ ପୋକ ଅଣ୍ଡାର ଶାରୀରିକ ସଂରଚନା ତିଆରି କରିବା ଓ ଈଂଜେକ୍ଟ କରିବା ପାଇଁ ମଧ୍ୟ କରାଯାଇଥାଏ। ଏହି ପ୍ରୋଟୋଟାଇପ ସମ୍ବନ୍ଧରେ ଲେଖିଥିବା ନେଦରଲାଣ୍ଡର ଡେଲ୍ଫ୍ଟ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର ବାୟୋକେମିକାଲ ଇଞ୍ଜିନିୟର ଏମୀ ସେକେ କହିଛନ୍ତି ଯେ ଏହି ପରଜୀବୀର ଓବିପୋଜିଟର ଅଙ୍ଗ ଏତେ ପତଳା ଯେ ଏହା ଶରୀରର ମାଂସପେଶୀରେ ସହଜରେ ଫିଟ ହୋଇପାରିବ। ସେଥିପାଇଁ ସେ ଏହାକୁ ପୁଣି ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗବେଷକମାନେ ମଧ୍ୟ ଏହି ପ୍ରୋଟୋଟାଇପର ଆକାରକୁ ପରଖିଛନ୍ତି ଯେପରିକି ଏହା ଟିସୁ ଏବଂ ଅଙ୍ଗଗୁଡ଼ିକୁ ସ୍ଥିର କରିପାରିବ। ଏଥିରେ ଉପସ୍ଥିତ ଉପକରଣ ଓ କୌଶଳ ଦ୍ୱାରା ଅପରେସନ ବେଳେ ହେଉଥିବା ଆଘାତକୁ କମ କରିବାରେ ସାହାଯ୍ୟ ମିଳିବ। ରୋଗୀଙ୍କ ଚିକିତ୍ସା ପାଇଁ ବି କମ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।

ପରଜୀବୀ ସମ୍ପର୍କରେ ଏମୀ ସେକେ କହିଛନ୍ତି ଯେ ଓବିପୋଜିଟରେ ଛୋଟ ଛୋଟ ବ୍ଲେଡ ରହିଛି ଯାହା ଜିଭରୁ ନଳୀ ତନ୍ତ୍ର ଯାଏଁ ଯାଇଥାଏ। ସେ କହିଛନ୍ତି ଯେ ଅପରେସନ ସମୟରେ ସର୍ଜିକାଲ ଉପକରଣରୁ ଜମାଟ ବାନ୍ଧିଥିବା ରକ୍ତ ହଟାଇବାକୁ ଅସୁବିଧା ହୋଇଥାଏ। ଏହି ନୂଆ ଉପକରଣ ଅପରେସନ ପାଇଁ ବହୁତ ସହାୟକ ପ୍ରମାଣିତ ହେବ ବୋଲି ଗବେଷକ ଅନୁମାନ କରିଛନ୍ତି।

   Related Posts