ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ଚାମ୍ବର ଅଫ୍ କମର୍ସର ପ୍ରତିନିଧି ମଣ୍ଡଳୀ, ବଜେଟ୍ ନେଇ ପ୍ରଦାନ କଲେ ସ୍ମାରକପତ୍ର

Published By : Prameya-News7 Bureau | July 09, 2024 IST

ଭୁବନେଶ୍ବର ୯ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ରାଜ୍ୟ ବଜେଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ପଏଣ୍ଟଗୁଡ଼ିକ ଉଲ୍ଲେଖ ରହିଛି । ତାରେଣୀ ପ୍ରସାଦ ମହାନ୍ତିଙ୍କ ନେତୃତ୍ଵରେ ଭେଟିଥିବା ଏହି ପ୍ରତିନିଧି ମଣ୍ଡଳୀରେ ଉପସଭାପତି ଡଃ ସଞ୍ଜୀବ ମହାପାତ୍ର, ଅଶୋକ ଶାରଦା ଏବଂ ୟୁସିସିଆଇଏଲ୍ ବରିଷ୍ଠ ଉପଦେଷ୍ଟା କମିଟି ସଦସ୍ୟ ପ୍ରଦ୍ୟୋତ ମହାନ୍ତି ସାମିଲ ଥିଲେ । 

ସୂଚନାଯୋଗ୍ୟ ଯେ, ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥର ରାଜ୍ୟ ବଜେଟ୍‌ରେ ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷାକୁ ପ୍ରତିଫଳିତ କରିବା ସହ ବିଭାଗଗୁଡ଼ିକୁ ଅଧିକ କାର୍ଯ୍ୟକ୍ଷମ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେବେ । ସାଧାରଣ ନିର୍ବାଚନ ପାଇଁ ପୂର୍ବ ସରକାର କାମଚଳା ବଜେଟ୍ ଉପସ୍ଥାପନା କରିଥିଲେ । ଅପ୍ରେଲରୁ ଜୁଲାଇ ଯାଏ ୪ ମାସ ପାଇଁ ଏହି ବଜେଟ୍ ଉପସ୍ଥାପନା ହୋଇଥିଲା ।

You Can Read:

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.