<strong>ଦାମିକିଆ ଚଷମା କମ୍ପାନୀ Ray-Banର ମାଲିକ ଡେଲ୍ ଭେକିଓଙ୍କ ୮୭ ବର୍ଷରେ ପରଲୋକ</strong>

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ ୨୭/୦୬ : ଚଷମା ଶିଳ୍ପ ଜଗତର ଜଣାଶୁଣା ଚେହେରା ତଥା ଶିଳ୍ପପତି ଡେଲ୍ ଭେକିଓଙ୍କ ପରଲୋକ ହୋଇଛି। ସେ ୮୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ଡେଲ୍‌ ଇଟାଲିର ଦ୍ୱିତୀୟ  ଧନଶାଳୀ ବ୍ୟକ୍ତିଥିଲେ। ସେ ରେ-ବେନ୍‌, ପରସୋଲ୍‌  ଏବଂ ଓକଲେ ଭଳି ଚଷମା ବ୍ରାଣ୍ଡ  କିଣିଥିଲେ ।

ଡେଲ୍‌ ଭେଚିଓ ଇଟାଲିର ସବୁଠାରୁ ସଫଳ ବ୍ୟବସାୟୀଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଏକ ଅନ୍ତରୀଷ୍ଟ୍ରୀୟ କମ୍ପାନୀ ତିଆରି କରିଥିଲେ ଯାହାକି ଚଷମାକୁ ଏକ ପ୍ରତିଷ୍ଠିତ ମୂଲ୍ୟବାନ୍‌ ଓ ଫେସନ୍‌ ଆସେସୋରି ବଦଳାଇବାରେ ସାହାଜ୍ୟ କରିଥିଲା। ଫୋବର୍ସ ୨୦୨୨ ବିଲିଓନାରିଜ ତାଲିକା ଅନୁସାରେ ସେ  ୨୭. ୩ ଡଲାର୍‌ ର ମାଲିକ ଥିଲେ।

ତାଙ୍କ କମ୍ପାନୀ ଏସିଲର ଲାକ୍ସୋଟିକା ସୋମବାର ସ୍ପଷ୍ଟ କରିଛିଯେ ଡେଲ୍‌ ୮୭ ବର୍ଷରେ ଦେହତ୍ୟାଗ କରିଛନ୍ତି। ଡେଲ୍ ଭେକିଓ କିଛି ଦିନ ହେଲା ମିଲନ୍ସ ସନ ରାଫେଲ ହସପିଟାଲ ଆଇସିୟୁରେ ଚିକିତ୍ସାଧୀନ ଥିଲେ ବୋଲି ଇଟାଲିଆନ୍‌ ଖବର ସରବରାହ ସଂସ୍ଥା ଏଜିଆଇ କହିଛି ।

ସେ ୧୯୩୫ ମସିହା ମେ ୨୨ ରେ ମିଲନର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କର ଯୁବାବସ୍ଥା ଏକ ଅନାଥାଶ୍ରମରେ ବିତାଇଥିଲେ ଓ ସେବେଠୁ କାମ କରିବା ଆରମ୍ଭ କରିଥିଲେ ।

୧୯୬୧ ମସିହାରେ ସେ ନିଜର କମ୍ପାନୀ ଲକ୍ସୋଟିକା ପ୍ରତିଷ୍ଠା କରିଥିଲେ ଯାହାକି ଅପ୍ଟିକାଲ୍‌ ଇଣ୍ଡଷ୍ଟ୍ରିକୁ ଚଷମାର ବିଭିନ୍ନ ଅଂଶ ଯୋଗାଉଥିଲା। ଏହାର ୧୦ ବର୍ଷ ପରେ ଡେଲ୍‌ ଭେଚିଓ ଚଷମାର ସମସ୍ତ ଅଂଶ ଉତ୍ପାଦନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଲକ୍ସୋଟିକା ନିଜର ଚଷମା ତିଆରି କରିବା ଆରମ୍ଭ କଲା ଓ ତାହାକୁ ଇଉରୋପରେ ବିତରଣ କରିବା ପୂର୍ବରୁ ସଞ୍ଜୁକ୍ତ ଉଦ୍ୟମ ମାଧ୍ୟମରେ ଇଟାଲିରେ ବିତରଣ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.