୧୬୯ ଦିନରେ ପରେ ଗଡ଼ିଲା ଦିଲ୍ଲୀ ମେଟ୍ରୋ, କୋଭିଡ୍-୧୯ ନିୟମ ସହ ଯାତ୍ରୀ କଲେ ଯାତ୍ରା

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭/୦୯: କରୋନା ମହାମାରୀ ଯୋଗୁ ପାଞ୍ଚ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ଥିବା ଦିଲ୍ଲୀ ମେଟ୍ରୋ ଆଜି ପୁଣି ଗଡ଼ିଛି। ଏହା ୟେଲୋ ଲାଇନ୍ (ହୁଡା ସିଟି ସେଂଟରରୁ ଦିଲ୍ଲୀର ସମୟପୁର ବାଦଲୀ)ରୁ ଯାତ୍ରା ଆରମ୍ଭ କରିଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) କହିଛନ୍ତି କଡ଼ା ସୁରକ୍ଷା ଓ ସାମାଜିକ ଦୂରତ୍ବ ସହ ମେଟ୍ରୋ ସେବା ସକାଳ ସାତଟାରୁ ଆରମ୍ଭ ହୋଇଛି।

{"id":326262,"width":520,"height":291,"sizeSlug":"large"}

ଡିଏଆରସି ହୁଡା ସିଟି ସେଟଂଟରରୁ ଯାତ୍ରା କରିଥିବା ପ୍ରଥମ ଟ୍ରେନର ଭିଡିଓକୁ ଟ୍ବିଟ୍‌ରରେ ସେୟାର କରି ଏକଥା ଜଣାଇଛନ୍ତି। ଏହା ସହ ଅନ୍ୟ ଏକ ଟ୍ବିଟରରେ କିଛି ଯାତ୍ରୀଙ୍କ ଫଟୋ ବି ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ପାଞ୍ଚ ମାସରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଲୋକମାନେ ଯାତ୍ରା କରୁଛନ୍ତି। ସେମାନେ ବେଶ ଖୁସି ଅଛନ୍ତି। ମେଟ୍ରୋ ଯୋଗୁ ସମୟ ଓ ଟଙ୍କା ସଞ୍ଜୟ ହେବ ବୋଲି ଯାତ୍ରୀମାନେ ମଧ୍ୟ କହିଛନ୍ତି। ଯାତ୍ରୀଙ୍କ ସମସ୍ତ ସାବଧାନତା ଉପରେ ଦୃଷ୍ଟି ରଖାଯିବା ଦରକାର।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମେଟ୍ରୋ ସେବା ଆରମ୍ଭ ହେବା ଖୁସି ଜାହିର କରିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ‘ମୋତେ ଖୁସି ଲାଗୁଛି ଯେ ଆଜିଠାରୁ ମେଟ୍ରୋ ସେବା ଆରମ୍ଭ ହୋଇଛି। ମେଟ୍ରୋ ଭଲ ବ୍ୟବସ୍ଥା କରିଛି। ଆମ ସମସ୍ତଙ୍କୁ ମଧ୍ୟ ସତର୍କ ରହିବା ଦରାକର। କୌଣସି ନିୟମ ଖିଲାଫ କରିବା ନାହିଁ।’ ଯାତ୍ରୀଙ୍କ ତାପମାତ୍ରା ଓ ହାତ ସାନିଟାଇଜ କରିବା ପରେ ହିଁ ଷ୍ଟେସନ ପରିସରକୁ ଯିବାକୁ ଅନୁମତି ଦିଅାଯାଉଛି। ଦିଲ୍ଲୀ ମେଟ୍ରୋ କର୍ମଚାରୀ ଓ ସୁରକ୍ଷାକର୍ମୀ ମାନେ ଫେସ୍ ସିଲ୍ଡ ଓ ମାସ୍କ ପିନ୍ଧିଛନ୍ତି।

{"id":326263,"width":571,"height":320,"sizeSlug":"large"}

ଯଦିଓ ଯାତ୍ରା ସମୟରେ ଯାତ୍ରୀମାନେ ଅସହଜ ଅନୁଭବ କରିଛନ୍ତି କିନ୍ତୁ କରୋନା ପ୍ରସ୍ତୁତିକୁ ନେଇ ସେମାନେ ସନ୍ତୁଷ୍ଟ ଥି‌ବା ଦେଖାଯାଇଛି। ମେଟ୍ରାରେ ପାଦ ପଡ଼ିବା ମାତ୍ରେ ସେମାନଙ୍କ ମୁହଁରେ ହସ ଦେଖିବାକୁ ମିଳିଛି। ଗୃହ ମନ୍ତ୍ରାଳୟ ମଧ୍ୟ କିଛି ଦିନ ତଳେ ମେଟ୍ରୋ ସେବା ଜାରି ହେବା ଦିଗରେ ଦିଶାନିଦ୍ଦେର୍ର୍ଶ ଜାରି କରିଥିଲେ। ଯାହା ପରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) କହିଥିଲା ସେପ୍ଟେମର ୭ରୁ ୧୨ ମଧ୍ୟରେ ତିନିଟି ପର୍ଯ୍ୟାୟରେ ସେବା ଉପଲବ୍ଧ କରାଇବ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ସକାଳ ବେଳେ ଚାରି ଘଂଟା ଅର୍ଥାତ ସାତଟାରୁ ୧୧ଟା ଓ ସନ୍ଧ୍ୟାରେ ଚାରି ଘଂଟା- ୪ରୁ ୮ଟା ପର୍ଯ୍ୟନ୍ତ ଚାଲିବ।

{"id":326264,"sizeSlug":"large"}

ସୂଚନାଯୋଗ୍ୟ କ‌େ‌ାଭିଡ୍-୧୯ ଯୋଗୁ ମେଟ୍ରୋ ସେବା ୨୨ ମାର୍ଚ୍ଚରୁ ବନ୍ଦ ଥିଲା। ଅତି ଆବଶ୍ୟକ ଥିଲେ ଟ୍ରେନ୍ ବ୍ୟବହାର କରିବାକୁ ଡିଏଆରସି ଲୋକଙ୍କୁ ପରାମର୍ଶ ଦେଇଛି। ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ କୁହାଯାଇଛି। ଦିଲ୍ଲୀରେ ମେଟ୍ରୋ ସେବା ଏମିତି ଏକ ଦିନରେ ଆରମ୍ଭ ହୋଇଛି ଯାହାର ଗୋଟିଏ ଦିନ ପୂର୍ବରୁ କରୋନାର ୩,୨୫୬ ନୂଅା ମାମଲା ସାମ୍ନାକୁ ଆସିଥିଲା। ଦିଲ୍ଳୀରେ ସମୁଦାୟ ୧.୯୧ ଲକ୍ଷ ମାମଲା ଏବେ ସୁଦ୍ଧା ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.