ଆପତ୍ତିଜନକ ଅବସ୍ଥାରେ ଧରାହେଲେ ଯୁବକ-ଯୁବତୀ, ହୋଟେଲରେ ରେଡ୍ କରି କାବୁ କଲା ପୋଲିସ

Published By : Prameya-News7 Bureau | December 15, 2020 IST

ପାଟନା,୧୫/୧୨: ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଓ ଫସାଇ ଦେହ କାରବାର କରୁଥିବା ମାମଲା ସାମ୍ନାକୁ ଆସିଛି । ଖବର ପାଇ ପୋଲିସ ବିହାର ସମସ୍ତୀପୁରର ଏକ ହୋଟେଲରେ ଚଢଉ କରିଛି । ଚଢଉ ବେଳେ ୬ରୁ ଅଧିକ ଯୁବକ ଯୁବତୀଙ୍କୁ ପୋଲିସ ଧରିଛି ।

ବିହାରର ସମସ୍ତୀପୁରର ଦଲସିଂହସରାୟରେ ଏକ ହୋଟେଲରେ ଦେହବ୍ୟବସାୟ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଚଢଉ ବେଳେ ଯୁବକ ଓ ଯୁବତୀମାନେ ଆପତ୍ତିଜନକ ଅବସ୍ଥାରେ ଥିଲେ । ଦୀର୍ଘଦିନ ହେବ ଏହି ରାକେଟ୍ ଚାଲିଥିଲା ବୋଲି ସୂଚନା ମିଳିଛି ।

{"id":377648,"sizeSlug":"large","linkDestination":"none"}

ଥାନାଧିକାରୀ ହିମାଂଶୁ କୁମାରଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା । ପୋଲିସ ହୋଟଲ ମ୍ୟାନେଜରଙ୍କ ପୁଅକୁ ମଧ୍ୟ ଗିରଫ କରିଛି ।

ପୋଲିସର ସୂଚନାନୁସାରେ, ସିଦ୍ଧି ବିନାୟକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ମିଳିଥିଲା । ହୋଟଲରେ ଚଢଉ କରାଯାଇ ଆପତ୍ତିଜନକ ଅବସ୍ଥାରେ ଯୁବକ-ଯୁବତୀଙ୍କୁ ଗିରଫ କରାଯାଇଛି । ଏହି ସମୟରେ ହୋଟେଲ ମ୍ୟାନେଜର ଫେରାର ହୋଇଯାଇଛନ୍ତି । ତାଙ୍କ ପୁଅକୁ ଗିରଫ କରାଯାଇଛି । ଉଦ୍ଧାର ଯୁବତୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏହି କାରବାରରେ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.