ଦେହ ବ୍ୟବସାୟର ପେଣ୍ଠ ପାଲଟିଛି 'ଇନ୍ଦ୍ର ବିଶ୍ରାମଗାର', ପୁଲିସ୍‌ ଚୁପ୍

Published By : Prameya-News7 Bureau | August 26, 2020 IST

 ଭଦ୍ରକ୨୬/୮:  ଦିନ ଦିପହରେ ଚାଲିଛି ଦେହ ବ୍ୟବସାୟ। ଏହା ପୁଣି ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନସ୍ଥ ବନ୍ତ ଛକ ନିକଟରେ ଥିବା ଏକ ଲଜରେ ଚାଲିଛି। ଦେହ ବ୍ୟବସାୟର ଆଡ୍ଡାସ୍ଥଳି ପାଲଟିଥିବା ଲଜର ନାଁ ଇନ୍ଦ୍ର ବିଶ୍ରାମଗାର। ସହରର ବନ୍ତ ଛକ ବସ ଷ୍ଟାଣ୍ଡ ନିକଟରୁ ମାତ୍ର ୧୦୦ ମିଟର ଦୂରରେ ଚାଲିଛି ଖୋଲମ୍ ଖୋଲା ଦେହବ୍ୟବସାୟ। ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୫୦୦ ମିଟର ଏବଂ ଥାନାରୁ ଏକ କିଲୋମିଟର ଦୂରରେ ଚାଲିଛି ଏମିତି କାରବାର।

ସରକାରଙ୍କ କୋଭିଡ ନିୟମକୁ ଫୁ କରି ହୋଟେଲ ମାଲିକ କରୁଛନ୍ତି ଏମିତି କାରବାର । ସହରର ଛାତି ଉପରେ ପୁଣି ପ୍ରତିଦିନ ଚାଲୁଛି ଏମିତି ସେକ୍ସ କାରବାର । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ହୋଟେଲଠୁ ମାତ୍ର ୫୦୦ମିଟର ଦୂରରେ ଗୋଟେ ପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଥିବା ବେଳେ ଆଉ ଅନ୍ୟପଟେ ରହିଛି ସହରାଞ୍ଚଳ ଥାନା । ତେବେ ସହରର ପ୍ରବେଶ ପଥରେ ଏମିତି ଘଟଣା ଘଟୁଥିବାବେଳେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ  ଏସବୁ କଥା ଜାଣିପାରୁନି କେମିତି । ମିଳିଥିବା ସୂଚନା ଅନୁସାରେ ଏହି ଲଜରେ ୧୮ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ପର୍ଯ୍ୟନ୍ତ ଦେହଜୀବୀ ଆସର ମେଲାଛନ୍ତି ଏହି ଇନ୍ଦ୍ରମଣି ବିଶ୍ରାମାଗାରରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.