୫୮,୨୭୫ ଅବସରପ୍ରାପ୍ତ ସୈନିକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ମିଳିବ ଏପ୍ରିଲର ପେନସନ

Published By : Prameya-News7 Bureau | May 04, 2022 IST

ନୂଆଦିଲ୍ଲୀ, ୦୪/୦୫ :  ବୁଧବାର ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାର ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କ ବକେୟା ଥିବା ପେନସନକୁ ନେଇ ସ୍ପଷ୍ଟୀକରଣ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ମାର୍ଚ୍ଚ ୩୧ ସୁଦ୍ଧା ଲାଇଫ ସାର୍ଟିଫିକେଟ୍ ଜମା ନକରି ନଥିବାରୁ ୫୮,୨୭୫ ଜଣ ଅବସରପ୍ରାପ୍ତ ସୈନିକଙ୍କୁ ଏପ୍ରିଲରେ ପେନସନ ମିଳିନାହିଁ। ସରକାର କହିଛନ୍ତି, ଏହା ଏପ୍ରିଲର ପେନସନ ପ୍ରକ୍ରିୟାରେ ରହିଛି ଏବଂ ମେ ୪ ମଧ୍ୟରାତ୍ରି ସୁଦ୍ଧା ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ, ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ଲାଇଫ୍ ସାର୍ଟିଫିକେଟ ଜମା କରି ନଥିବା କାରଣରୁ ୫୮,୨୭୫ ଜଣ ଅବସରପ୍ରାପ୍ତ ସୈନିକଙ୍କୁ ଏପ୍ରିଲର ପେନସନ ମିଳିପାରି ନାହିଁ। ତେବେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ଏହା ଅନୁସାରେ ମେ ୨୫ ସୁଦ୍ଧା ପ୍ରମାଣ ପତ୍ର ଦାଖଲ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ, ଅବସରପ୍ରାପ୍ତ ସୈନିକଙ୍କୁ ପ୍ରତିବର୍ଷ ନଭେମ୍ୱର ୩୦ ସୁଦ୍ଧା ନିଜର ଜୀବନ ପ୍ରମାଣ ପତ୍ର ଦାଖଳ କରିବା ବାଧ୍ୟତାମୂଳକ ହୋଇଥାଏ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବା ତାରିଖକୁ ୨୦୨୨ ମାର୍ଚ୍ଚ ୩୧ ଯାଏଁ ବଢାଯାଇଥିଲା।

ଏହାକୁ ୱାୟନାଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସୈନିକଙ୍କ ଅପମାନ ଦେଶର ଅପମାନ ବୋଲି କହିଥିଲେ। ଏହାସହ ଏହି ପୂର୍ବତନ ସୈନିକମାନଙ୍କୁ ଶୀଘ୍ର ସେମାନଙ୍କ ପେନସନ ଦିଆଯିବା ଦରକାର ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.