‘ସିଆଚିନ୍‌ ଭାରତର ବୀରତା ଏବଂ ସାହାସିକତାର ରାଜଧାନୀ’: ପାଞ୍ଚ ହଜାର ମିଟର ଉପରେ ଯବନାଙ୍କୁ ଭେଟିଲେ ରାଜନାଥ

Published By : Prameya-News7 Bureau | April 22, 2024 IST

amarujala

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଲଦ୍ଦାଖ ଗସ୍ତ କରିଛନ୍ତି । ଏଠାରେ ସେ ସିଆଚିନ୍‌ ଗ୍ଲେସିୟରରେ ନିୟୋଜିତ ସେନା ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହା ସହ ସିଆଚିନ୍‌ ବେସ କ୍ୟାମ୍ପରେ ଯୁଦ୍ଧ ସ୍ମାରକୀରେ ପୁଷ୍ପ୍ୟମାଲ୍ୟ ଅର୍ପଣ କରିଥିଲେ।

ସିଆଚିନ୍‌ରେ ଯବାନଙ୍କ ସହ ସାକ୍ଷାତକାର ସମୟରେ ଭାରତ ମାତା କି ଜୟ ଜୋରଦାର ନାରା ଦେଇଥିଲେ। ସିଆଚିନ୍ ବେସ କ୍ୟାମ୍ପରେ ଯବାନଙ୍କୁ ସମ୍ବୋଧନ କରି ରାଜନାଥ ସିଂହ କହିଛନ୍ତି ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟରରେ ଆପ ଯେଉଁ ଭଳି ଦେଶର ରକ୍ଷା କରୁଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ସେ ଆହୁରି କହିଛନ୍ତି ସିଆଚିନର ଭୂମିକା କୌଣସି ସାମାନ୍ୟ ଭୂମି ନୁହେଁ। ଏହା ଏକ ପ୍ରତୀକ। ଏହା ଦେଶର ସାର୍ବଭୌମତ୍ବ ଏବଂ ଦୃଢ଼ତାର ପ୍ରତିନିଧିତ୍ବ କରୁଛି। ଦିଲ୍ଲୀ ଆମର ରାଷ୍ଟ୍ରୀୟ ରାଜଧାନୀ, ମୁମ୍ବାଇ ମର ଆର୍ଥିକ ରାଜଧାନୀ କିନ୍ତୁ, ବେଙ୍ଗାଲୁରୁ ଆମର ପ୍ରଯୁକ୍ତିର ରାଜଧାନୀ, କିନ୍ତୁ ସିଆଚିନ୍ ବୀରତା ଏବଂ ସାହସର ରାଜଧାନୀ।

ଆହୁରି ପଢ଼ନ୍ତୁ:

ପ୍ରାଣ ପ୍ରତିଷ୍ଠା ପରେ ୧.୫ କୋଟି ଲୋକ କରିସାରିଲେଣି ରାମଲାଲାଙ୍କ ଦର୍ଶନ, ପ୍ରତିଦିନ ପହଞ୍ଚୁଛନ୍ତି ୧ଲକ୍ଷ ଭକ୍ତ

ସୂଚନାଥାଉକି, ଗତ ସପ୍ତାହରେ ଭାରତୀୟ ସେନା ରଣନୀତିକ ଭାବରେ ମହତ୍ବପୂର୍ଣ୍ଣ ସିଆଚିନ୍ ଗ୍ଲେସିୟରରେ ଏହାର ଉପସ୍ଥିତିର ୪୦ ବର୍ଷ ପୂରଣ କରିଛି। କାରାକୋରମ ରେଞ୍ଜରେ ପ୍ରାୟ ୨୦ ହଜାର ଫୁଟ୍ ଉଚ୍ଚତାରେ ଥିବା ସିଆଚିନ ଗ୍ଲେସିୟରକୁ ଦୁନିଆର ସବୁଠୁ ଉଚ୍ଚ ସୈନ୍ୟ କ୍ଷେତ୍ର ବୋଲି ଧରାଯାଏ। ଏଠାରେ ସୈନିକଙ୍କୁ ପ୍ରବଳ ଥଣ୍ଡା ଏବଂ ଥଣ୍ଡା ପବନ ଭଳି ଚାଲେଞ୍ଜର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। 

ଅପରେସନ ମେଘଦୂତ  ଅନୁଯାୟୀ, ଭାରତୀୟ ସେନା ୧୯୮୪ ଏପ୍ରିଲରେ ସିଆଚିନ ଗ୍ଲେସିଅରରେ ଏହାର ପୂର୍ଣ୍ଣ ନିୟନ୍ତ୍ରଣ ସ୍ଥାପିତ କରିଥିଲା। ଗତ କିଛି ବର୍ଷରେ ଭାରତୀୟ ସେନା ସିଆଚିନରେ ଏହାର ଉପସ୍ଥିତିକୁ ଆହୁରି ମଜଭୁତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.