ଓଡିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ, କଲ୍ୟାଣୀ ଷ୍ଟିଲ୍ ସହ ରାଜ୍ୟ ସରକାରଙ୍କ ଏମ୍‌ଓୟୁ

Published By : Prameya-News7 Bureau | February 23, 2024 IST

ଭୁବନେଶ୍ବର ୨୩।୨: ରାଜ୍ୟ ସରକାରଙ୍କ କଲ୍ୟାଣୀ ଷ୍ଟିଲ୍ ସହ ଏମ୍‌ଓୟୁ । ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ କଲ୍ୟାଣୀ ଷ୍ଟିଲ୍ ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳ ଗଜମରାରେ ହେବ ପ୍ରକଳ୍ପ । ୧୧ ଶହ ଏକର ଜମି ଚିହ୍ନଟ ହୋଇଛି ।

ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । ରାଜ୍ୟରେ ସ୍ଥାପନ ହେବ ପ୍ରଥମ ଟିଟାନିୟମ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍ । ଏଥିଲାଗି ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ବାକ୍ଷରିତ କରିଛି କଲ୍ୟାଣୀ ଷ୍ଟିଲ୍ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି ।

ଢେଙ୍କାନାଳ ଜିଲ୍ଲା ଗଜମରାରେ ଏହି ସମନ୍ୱିତ ପ୍ରକଳ୍ପ ହେବ । ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି । ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହେବ । ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ପୁଞ୍ଜିନିବେଶ ହେବ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହାଦ୍ୱାରା ୧୦ ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

You Can Read :

wp:embed {"url":"https://www.prameyanews7.com/idol-reportedly-stolen-from-kapalmochan-temple-in-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/idol-reportedly-stolen-from-kapalmochan-temple-in-puri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.