ହକି ବିଶ୍ୱକପ୍ ୨୦୨୩ : ୩-୨ରେ ନେଦରଲାଣ୍ଡକୁ ହରାଇଲା ବେଲ୍ଜିୟମ୍, ଫାଇନାଲ୍ରେ ହେବ ଜର୍ମାନୀ ସହ ମୁକାବିଲା
28/01/2023 at 12:17 AM

ଭୁବନେଶ୍ୱର: ହକି ବିଶ୍ୱକପ୍ ସେମିଫାଇନାଲ୍ ଆଜି ଆଜି ନେଦରଲାଣ୍ଡ ଓ ବେଲ୍ଜିୟମ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏହି ମ୍ୟାଚ୍ରେ ନେଦରଲାଣ୍ଡକୁ ୩-୨ରେ ପରାସ୍ତ କରିଛି ବେଲ୍ଜିୟମ। ସେପଟେ ପ୍ରଥମରୁ ଅଷ୍ଟ୍ରେଲିଆକୁ ହରାଇ ଜର୍ମାନୀ ଫାଇନାଲରେ ପହଞ୍ଚି ସାରିଛି। ଜାନୁଆରୀ ୨୯ ତାରିଖରେ ଜର୍ମାନୀ ଓ ବେଲ୍ଜିୟମ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଆଜି ବେଲ୍ଜିୟମ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ମ୍ୟାଚ୍ର ୧୧ ମିନିଟରେ ନେଦରଲ୍ୟାଣ୍ଡର ଜାନସେନ ଜିପ୍ ପେନାଲ୍ଟି କର୍ଣ୍ଣର ଦେଇ ଗୋଲ କରି ଦଳକୁ ଲିଡ୍ ଦେଇଥିଲେ। ପରେ ବୁନ ଟମ ମଧ୍ୟ ପେନାଲ୍ଟି କର୍ଣ୍ଣରରେ ୨୬ ମିନିଟରେ ଗୋଲ୍ କରି ବେଲ୍ଜିୟମ ସହ ବରାବର କରିଥିଲେ। ପୁଣି ୩୫ ମିନିଟ୍ ଖେଳର ଜାନସେନ ଜିପ୍ ପୁଣି ଏକ ଗୋଲ କରି ନେଦରଲାଣ୍ଡକୁ ୨-୧ରେ ଲିଡ୍ ଦେଇଥିଲେ। ହେଲେ ବେଲ୍ଜିୟମ୍ର କେରପେଲ ନିକୋଲସ ୪୪ ମିନିଟ୍ରେ ଗୋଲ୍ କରିବା ପରେ ଉଭୟ ଟିମ୍ର ସ୍କୋର୍ ୨-୨ରେ ବରାବର ହୋଇଥିଲା।
ରୋମାଞ୍ଚିତ ଏହି ମ୍ୟାଚ୍ରେ ୬୦ ମିନିଟ୍ ପର୍ଯ୍ୟନ୍ତ ଖେଳ ଶେଷ ପର୍ଯ୍ୟନ୍ତ ଉଭୟ ଦଳର ସ୍କୋର ୨-୨ରେ ବରାବର ରହିଥିଲା। ପରେ ମ୍ୟାଚ୍ ପେନାଲ୍ଟି ଶୁଟ୍ ଆଉଟ୍ରେ ପହଞ୍ଚିଥିଲା। ଯେଉଁଥିରେ ବେଲ୍ଜିୟମ୍ ୩-୨ରେ ମୁକାବିଲା ଜିତି ନେଇଛି।