Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

HAL ସହ ୬,୮୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କଲା ପ୍ରତିରକ୍ଷା ମନ୍ତ୍ରାଳୟ, ବାୟୁସେନା ପାଇଁ କିଣିବ ୭୦ ପ୍ରଶିକ୍ଷଣ ବିମାନ

7/03/2023 at 7:17 PM

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ହିନ୍ଦୁସ୍ତାନ ଏୟରୋନଟିକ୍ସ ଲିମିଟେଡ୍ ସହ ୭୦ ଏଚଟିଟି-୪୦ ବେସିକ୍ ଟ୍ରେନର ବିମାନ ପାଇଁ ବୁଝାମଣା ସ୍ୱାକ୍ଷର କରିଛି । ବାୟୁସେନା ପାଇଁ ୬,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ ମନ୍ତ୍ରାଳୟ ।

ଏହାସହ ପ୍ରତିରକ୍ଷା ମନ୍ତ୍ରାଳୟ ୩,୧୦୦ କୋଟି ଟଙ୍କାରେ ତିନି କେଡେଟ୍ ଟ୍ରେନିଂ ଶିପ୍ ଅଧିଗ୍ରହଣ ପାଇଁ ଲାର୍ସନ ଏବଂ ଟୁବ୍ରୋ ସହ ବୁଝାମଣାକୁ ଚୂଡାନ୍ତ ରୂପ ଦିଆଯାଇଛି । ଦୁଇ ଚୁକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟି ସିସିଏସ (କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି) ମାର୍ଚ୍ଚ ୧ରେ ମଞ୍ଜୁରୀ ଦେଇଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏଚଏଏଲ ୭୦ ଏଚଟିଟି-୪୦ ଏୟାରକ୍ରାଫ୍ଟଟ ଅସନ୍ତା ଛଅ ବର୍ଷରେ ଉପଲବ୍ଧ କରାଇବ । ସେହିପରି ଶିପ୍ ଗୁଡିକୁ ୨୦୨୬ ସୁଦ୍ଧା ହସ୍ତାନ୍ତର କରାଯିବ । ଏଚଏଏଲ ଏବଂ ଏଲ ଆଣ୍ଡ ଟି ସହ ଚୁକ୍ତି ଉପରେ ହସ୍ତାକ୍ଷର ସମୟରେ ରକ୍ଷା ସଚିବ ଗିରିଧର ଅରାମାନେ ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

   Related Posts