ଚୀନ ସ୍ମାର୍ଟଫୋନ୍ ବ୍ୟବହାର ନ କରିବାକୁ ଭାରତୀୟ ସେନାକୁ ଚେତାଇଲା ଗୁଇନ୍ଦା ସଂସ୍ଥା,ଚୀନ କରୁଛି ଜାସୁସୀ
8/03/2023 at 6:36 PM

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଚାଇନା ମୋବାଇଲ୍ ଫୋନ୍ ବ୍ୟବହାର କରିବା ନେଇ ଭାରତୀୟ ସେନାକୁ ଚେତାଇଲା ପ୍ରତିରକ୍ଷା ଗୋଇନ୍ଦା ସଂସ୍ଥା। ଚୀନ୍ରେ ନିର୍ମିତ ସ୍ମାର୍ଟ ଫୋନ୍ରେ ଯାସୁଶୀ ହେଉଛି। ତେଣୁ ଚାଇନା ଫୋନ୍ ବ୍ୟବହାର ନ କରିବାକୁ ଗୁଇନ୍ଦା ସଂସ୍ଥା ସେନାକୁ ଚେତାବନୀ ଦେଇଛି।
କେବଳ ସେନା କର୍ମଚାରୀ ନୁହେଁ, ତାଙ୍କ ପରିବାର ମଧ୍ୟ ଚାଇନା ଫୋନ୍ରୁ ଦୂରେଇ ରହିବା ଉଚିତ୍ ବୋଲି ଗୁଇନ୍ଦା ସଂସ୍ଥାପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ” ସେନାର ଟିମ୍ମାନେ ସେମାନଙ୍କର ଯବାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍। ବିଭିନ୍ନ ମାଧ୍ୟମରେ ଦ୍ୱାରା ସଚେତନ କରି ଚୀନ ଫୋନ୍ ବ୍ୟବହାରରୁ ଦୂରେଇ ରଖିବା ଉଚିତ୍। “
ସେନା କର୍ମୀଙ୍କ ଦ୍ୱାରା ହ୍ୱାଟ୍ସଆପ୍ରେ ସାଇବର ସୁରକ୍ଷା ଭଙ୍ଗାଯାଉଥିବା ଦେଖିବାକୁ ମିଳିଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଜାରି ରହିଛି। ଏବେ ସେନା କର୍ମଚାରୀଙ୍କ ପରିବାରକୁ ବି ଚାଇନା ଫୋନ୍ ବ୍ୟବହାର କରିବାକୁ ବାରଣ କରିବା ପାଇଁ କୁହାଯାଇଛି। ଏଥିରେ କୁହାଯାଇଛି ” ଭାରତର ଶତ୍ରୁ ରାଷ୍ଟ୍ର ଠାରୁ ମୋବାଇଲ୍ ଫୋନ୍ ନ କିଣିବାକୁ ସେନା ଯବାନ ଓ ତାଙ୍କ ପରିବାରକୁ ନିରୁତ୍ସାହିତ କରାଯିବା ଉଚି୍ତ।”
ଚୀନ ମୋବାଇଲ୍ ଫୋନ୍ଗୁଡ଼ିକରେ ମାଲୱେର ଓ ସ୍ପାଏୱେର ଦେଖାଯାଉଥିବା ଗୁଇନ୍ଦା ସଂସ୍ଥା ଖୋଜି ପାଇଛି। ଏଥିପାଇଁ ସେନା ପକ୍ଷରୁ ଏକ ଉପଦେଶନାମା ବି ଜାରି ହୋଇଛି। ଏଥିପାଇଁ ଚାଇନା ଫୋନ ବଦଳରେ ଅନ୍ୟ ଫୋନ୍ରେ ନିଜର ସମସ୍ତ କାରବାର କରିବାକୁ ଗୁଇନ୍ଦା ସଂସ୍ଥା ଉପଦେଶ ଦେଇଛି।
ସୂଚନା ଥାଉକି ବର୍ତ୍ତମାନ ଚୀନ ସ୍ମାର୍ଟଫୋନ୍ଗୁଡ଼ିକ ଭାରତୀୟ ଇଲେକ୍ଟ୍ରୋନିକ୍ ଜାରକୁ କବ୍ଜା କରିଛନ୍ତି। ବର୍ତ୍ତମାନ ଭାରତରେ, ଭିଭୋ(Vivo),ଓପୋ(Oppo),ସାଓମୀ(Xiaomi),ୱାନ ପ୍ଲସ୍(One plus),ଅନର(Honor),ରିୟଲମି(Real Me), ଜେଡ୍ଟିଇ(ZTE), ଜିଓନୀ(Gionee), ଐସୁସ(ASUS) ଏବଂ ଇନଫନିକ୍ସ (Infinix) ଆଦି ଭାରତୀୟ ବଜାରରେ ବହୁଳମାତ୍ରାରେ ବିକ୍ରି ହେଉଛି।
ଆପ୍ ହେଉ କି ମୋବାଇଲ୍ ଫୋନ୍ ଚୀନ ଚତୁରତାରେ ଗୁଇନ୍ଦାଗିରି କରୁଥିବା ସମସ୍ତ ଫନ୍ଦିଫିକରକୁ ଧରୁଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଏହା ପୂର୍ବରୁ ଆପ୍ ଦ୍ୱାରା ଚୀନର ଚାଲାଖି ଧରିବା ମାତ୍ରେ ଭାରତରେ କିଛି ଆପକୁ ବ୍ୟାନ୍ କରାଯାଇଥିବା ବେଳେ ସେନା ମୋବାଇଲ୍ ଫୋନ୍ରୁ କିଛି ଆପ୍କୁ ଡିଲିଟ୍ କରାଯାଇଛି। ଏଥିସହିତ ଚୀନ ମୋବାଇଲ୍ ନ କିଣିବାକୁ ସେନା ଯବାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।