ଚୀନ ମୋବାଇଲ ଫୋନରୁ ବିପଦ ! ସକର୍ତ କରାଇଲେ ଗୁଇନ୍ଦା ଏଜେନ୍ସି, ସୈନିକ ଏବଂ ପରିବାରକୁ ଦେଲେ ପରାମର୍ଶ
6/03/2023 at 10:19 PM

ନୂଆଦିଲ୍ଲୀ: ଭାରତର ରକ୍ଷା ଗୁଇନ୍ଦା ଏଜେନ୍ସି ଚୀନ ମୋବାଇଲ ଫୋନର ବିପଦକୁ ନେଇ ସତର୍କ କରାଇଛନ୍ତି । ପୂର୍ବ ଲଦାଖରେ ଏଲଏସିରେ ଚୀନ ସହ ଜାରି ସୈନ୍ୟ ଗତିରୋଧ ମଧ୍ୟରେ ଗୁଇନ୍ଦା ଏଜେନ୍ସି ଭାରତୀୟ ସୈନିକଙ୍କୁ ଚୀନ ମୋବାଇଲ ଫୋନର ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ପକ୍ଷରୁ ଜାରି ପରାମର୍ଶରେ କୁହାଯାଇଛି ଯେ ଚୀନ ମୋବାଇଲ ଫୋନ ଠାରୁ ସତର୍କତା ଅବଲମ୍ୱନ ପାଇଁ ଯବାନଙ୍କୁ ସମ୍ୱେଦନଶୀଳ କରାଇବାକୁ ପଡିବ । ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ଗୁଇନ୍ଦା ଏଜେନ୍ସି ସୈନିକ ଏବଂ ସେମାନଙ୍କ ପରିବାରକୁ ଭାରତର ଶତ୍ରୁ ଦେଶର ଫୋନ କିଣିବା ଏବଂ ବ୍ୟବହାର କରିବାଠାରୁ ଦୂରେଇ ରହିବାକୁ କହିଛି ।
ଗୁଇନ୍ଦା ଏଜେନ୍ସି ପରାମର୍ଶ ସହ ମୋବାଇଲ ଫୋନ ଗୁଡିକର ସୂଚୀ ମଧ୍ୟ ଜାରି କରିଛି ।
୧. ଭିଭୋ
୨. ଓପୋ
୩. ସାଓମୀ
୪. ୱାନ ପ୍ଲସ
୫. ଅନର
୬. ରିୟଲ ମି
୭. ଜେଡଟିଇ
୮. ଜିଓନୀ
୯. ଆସୁସ
୧୦. ଇନଫିନିକ୍ସ
ଏହା ପୂର୍ବରୁ ମଧ୍ୟ ଗୁଇନ୍ଦା ଏଜେନ୍ସି ଗୁଡିକ ଚୀନ ମୋବାଇଲ ଫୋନ ଏବଂ ଆପ୍ଲିକେସନକୁ ନେଇ ସତର୍କ କରାଇ ଆସୁଛନ୍ତି । ସେହି ପରାମର୍ଶ ଆଧାରରେ ଚୀନରେ ବିକଶିତ ଅନେକ ଆପ୍ଲିକେସନ ସୈନିକଙ୍କ ଫୋନରୁ ହଟାଯାଇଛି ।