ରାଉରକେଲା ବିଧାୟକଙ୍କ ବଢିଲା ଅଡୁଆ, ମିଥ୍ୟା ସତ୍ୟପାଠ ନେଇ ହାଇକୋର୍ଟରେ ମାମଲା

Published By : Prameya-News7 Bureau | June 10, 2024 IST

ଭୁବନେଶ୍ୱର ୧୦/୦୬: ରାଉରକେଲା ବିଧାୟକ ସାରଦା ନାୟକଙ୍କ ବଢିଲା ଅଡୁଆ । ତାଙ୍କ ବିରୋଧରେ ହାଇକୋର୍ଟରେ ଦାଏର ହେଲା ନିର୍ବାଚନୀ ମାମଲା । ମାମଲା ଦାୟର କରିଛନ୍ତି ପରାଜିତ ଏନସିପି ପ୍ରାର୍ଥୀ ରାଜ୍ କୁମାର ଯାଦବ । 

ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ହୋଇଛି । ସାରଦାଙ୍କ ସଭ୍ୟପଦ ରଦ୍ଦ ଦାବିରେ ଦାୟର ହୋଇଛି ମାମଲା। 

ସୂଚନା ଥାଉକି, ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ  । ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆସିଛି ସାଂଘାତିକ ଅଭିଯୋଗ । ନିର୍ବାଚନ ପୂର୍ବରୁ ସାରଦା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ପରାଜିତ ଏନସିପି ପ୍ରାର୍ଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.