Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନରାଜ ବ୍ରିଜ୍ ଉପରୁ ଗଳି ପଡିଲା ହରିଣ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

29/05/2023 at 5:26 PM

ବାରଙ୍ଗ ୨୯/୦୫: ସ୍ଥାନୀୟ ନରାଜ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ଏକ ହରିଣକୁ କିଛି କୁକୁର ଆକ୍ରମଣ କରିଥିଲେ । ହରିଣଟି କୁକୁର ମାନଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ନରାଜ ବ୍ରିଜ୍ ଉପରେ ଦୌଡୁଥିବା ବେଳେ ବ୍ରିଜ୍ ତଳକୁ ଖସିପଡିଥିଲା ।

ସ୍ଥାନୀୟ କିଛି ଲୋକ ଦମକଳ କେନ୍ଦ୍ରକୁ ଖବର ଦେବା ପରେ ଯଥା ଶୀଘ୍ର ବାରଙ୍ଗ ଦମକଳ ବାହିନୀ ପହଞ୍ଚି ରୋପ୍ ଲ୍ୟାଡର୍ ସାହାଯ୍ୟରେ ବ୍ରିଜ ମଝିରୁ ହରିଣକୁ ଉଦ୍ଧାର କରିଥିଲେ । ତେବେ ହରିଣ ଛୁଆଟି ବ୍ରିଜ୍ ଉପରୁ ପଡ଼ି ଆହତ ହୋଇଥିବା ବେଳେ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ବନ ବିଭାଗ ହରିଣ ଛୁଆଟିକୁ ଚିକିତ୍ସା ପାଇଁ ମେଡିକାଲ୍ ନେଇଥିବା ଜଣାପଡିଛି ।

   Related Posts