ରକ୍ତାକ୍ତ ଅବସ୍ଥାରେ ଚିତ୍ରା ହରିଣ ଉଦ୍ଧାର, ଜଙ୍ଗଲରୁ ଖସି ଆସି କୁକୁରଙ୍କ ହାବୁଡରେ ପଡିଥିଲା
18/03/2023 at 9:38 AM

ସୋରୋ ୧୮/୦୩: ରକ୍ତାକ୍ତ ଅବସ୍ଥାରେ ଚିତ୍ରା ହରିଣ ଉଦ୍ଧାର । ବାଲେଶ୍ଵର ଜିଲ୍ଲା ଅଚ୍ୟୁତପୁର ପଞ୍ଚାୟତ ସିରିପୁର ଗ୍ରାମ ବଉଳାଶୁଣି ପୋଖରୀରୁ ଆହତ ହରିଣ ଉଦ୍ଧାର ।
ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହରିଣକୁ ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ଖସି ଆସିଥିବା ହରିଣ ବୁଲା କୁକୁର ଦ୍ଵାରା ଆକ୍ରମଣର ଶିକାର ହୋଇ ଭୟରେ ପୋଖରୀକୁ ଡିଆଁ ମାରିଦେଇ ଥିଲା । ଲୋକେ ପୋଖରୀରୁ ହରିଣକୁ ଉଦ୍ଧର କରି ଔପଦ ଜଙ୍ଗଲ ବିଭାଗକୁ ଖବର ଦେବାରୁ ହରିଣକୁ ଜଙ୍ଗଲ ବିଭାଗ ଉଦ୍ଧର କାରି ପଶୁ ଚିକିତ୍ସାଳୟରେ ଚିକିତ୍ସା କରିଛି ।