Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଟି-୨୦ ଅର୍ନ୍ତଜାତୀୟରେ ୧୦୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ଦୀପ୍ତି ଶର୍ମା, ଦୁନିଆର ନବମ ଖେଳାଳି

15/02/2023 at 10:43 PM

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମୀ ମହିଳା ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମୋଟ ୩ଟି ୱିକେଟ୍ ନେଇ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୦୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି । ଦୀପ୍ତି ଶର୍ମା ନିଜ କ୍ୟାରିୟରର ୮୯ତମ ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । କ୍ରିକେଟର ଛୋଟ ଫର୍ମାଟରେ ୧୦୦ କିମ୍ୱା ଏହାଠୁ ଅଧିକ ୱିକେଟ୍ ନେବାରେ ଦୀପ୍ତି ହେଉଛନ୍ତି ବିଶ୍ୱର ନବମ ମହିଳା ଖେଳାଳି ।

ଦୀପ୍ତି ଶର୍ମା ମ୍ୟାଚର ୨୦ତମ ଓଭରରେ ଏଫି ଫ୍ଲେଚରଙ୍କ ୱିକେଟ୍ ନେଇ ଏହି ରେକର୍ଡ ନିଜ ନାଁରେ କରିଥିଲେ । ସେ ବର୍ତ୍ତମାନ ଭାରତ ପାଇଁ ଟି-୨୦ ଅନ୍ତରାଷ୍ଟ୍ରୀୟରେ ସବୁଠୁ ଅଧିକ ୱିକେଟ୍ ହାସଲ କରିଥିବା ବୋଲର ହୋଇଛନ୍ତି । ଏହି ମ୍ୟାଚ ପୂର୍ବରୁ ସେ ପୁନମ ଯାଦବଙ୍କ (୯୮) ଠାରୁ ଗୋଟିଏ ସ୍ଥାନ ପଛରେ ରହିଥିଲେ । କିନ୍ତୁ ପୁନମଙ୍କୁ ମହିଳା ବିଶ୍ୱକପ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳି ନାହିଁ, ଫଳରେ ତାଙ୍କୁ ଅତିକ୍ରମ କରି ଦୀପ୍ତି ଏହି ରେକର୍ଡ କରିଛନ୍ତି ।

ଏହି ମ୍ୟାଚରେ ଦୀପ୍ତି ଶର୍ମା ୪ ଓଭରରେ ମାତ୍ର ୧୫ ରନ ଦେଇ ତିନି ୱିକେଟ ହାସଲ କରିଥିଲେ । ତାଙ୍କର ଚମତ୍କାର ପ୍ରଦର୍ଶନ ବଳରେ ୱିଣ୍ଡିଜ ଟିମ୍ ୨୦ ଓଭରରେ ୬ ୱିକେଟ ହରାଇ ୧୧୮ ରନରେ ସୀମିତ ହୋଇଥିଲା । ଭାରତ ସହଜରେ ଏହି ମ୍ୟାଚକୁ ନିଜ ନାଁରେ କରି ନେଇଛି । ୧୮.୧ ଓଭରରେ ମହିଳା ଭାରତୀୟ ଟିମ୍ ଚାରି ୱିକେଟରେ ୧୧୯ ରନର ଟାର୍ଗେଟକୁ ହାସଲ କରି ନେଇଛି ।

   Related Posts