ପଶ୍ଚିମ ଏସିଆରେ ୯୦ ଲକ୍ଷ ଭାରତୀୟ; ଇରାନ ଏବଂ ଇସ୍ରାଏଲ୍ ଉତ୍ତେଜନା ଉପରେ ଭାରତର ଚିନ୍ତା

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷକୁ ନେଇ ଭାରତ ଚିନ୍ତା ପ୍ରକାଶ କରିଛି । ଭାରତ ସବୁ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିବା ସହ ନିଜ ନାଗରିକଙ୍କୁ ଇରାନ ନଯିବା ପାଇଁ ଅପିଲ୍ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ ଇରାନ ଦ୍ୱାରା ଶତାଧିକ ମିସାଇଲ୍ ଆକ୍ରମଣ ଚିନ୍ତାର କାରଣ ଏବଂ ଏହି ସଂଘର୍ଷକୁ ତୀବ୍ର ହେବା ପୂର୍ବରୁ ରୋକାଯିବା ଦରକାର । ଇରାନ ଏହି ମିସାଇଲ୍ ଆକ୍ରମଣକୁ ହେଜବୁଲ୍ଲା କମାଣ୍ଡର ନସରଲ୍ଲା ଏବଂ ହମାସ ମୁଖ୍ୟଙ୍କ ହତ୍ୟାର ପ୍ରତିଶୋଧର ଆକ୍ରମଣ ବୋଲି ଦର୍ଶାଯାଇଛି । 

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, 'ଆମେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନାକୁ ନେଇ ଚିନ୍ତିତ ଅଛୁ । ଆମେ ଏହି ଅଞ୍ଚଳରେ ନିଜ ନାଗରିକଙ୍କ ରକ୍ଷା ପାଇଁ ତତ୍ପର ଅଛୁ । ଭାରତର ବିଦେଶ ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ ଏସିଆରେ ପ୍ରାୟ ୯୦ ଲକ୍ଷ ଭାରତୀୟ ଅଛନ୍ତି । ସେମାନଙ୍କ ସୁରକ୍ଷା ଆମ ପ୍ରାଥମିକତା ଏବଂ ଏହା କଥାବର୍ତ୍ତା ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଯେକୌଣସି ବିବାଦର କୂନଟୀତିକ ସମାଧାନ ବାହାର କରାଯିବା ଦରକାର ।' ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, 'ଏହା ଜରୁରି ଯେ ବିବାଦ ଉଗ୍ର ରୂପ ନନେଉ । ଏହା ଦ୍ୱାରା ସମଗ୍ର ଅଞ୍ଚଳରେ ବିପରୀତ ପ୍ରଭାବ ପଡ଼ିବ । ପୂରା ବିବାଦର ସମାଧାନ ଆଲୋଚନା ଏବଂ କୂଟନୀତିରୁ ବାହାର କରାଯିବା ଦରକାର ।'

ଏହା ପୂର୍ବରୁ ଭାରତ ସରକାର ନିଜ ନାଗରିକଙ୍କୁ ଆଡଭାଇଜରି ଜାରି କରି ଇରାନ ନଯିବା ପାଇଁ ଅପିଲ୍ କରିଥିଲେ । ଏହାସହ ବ୍ୟତୀତ ଲେବାନନ ଏବଂ ଇସ୍ରାଏଲରେ ଥିବା ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦେଇଛି । ଜରୁରି ନଥିଲେ ବାହାରକୁ ନଆସିବା ପାଇଁ କୁହାଯାଇଛି । ଇରାନ ପାଇଁ ସମସ୍ତ ଅଣ-ଜରୁରି ଗସ୍ତକୁ ବାତିଲ କରିବା ଭାରତ ସରକାର ଅପିଲ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.