ସାଢେ ୫ ଘଣ୍ଟା ଧରି ଦୀପିକାଙ୍କୁ ଜେରା କଲା ଏନସିବି, ବାଜିରାଓର ମସ୍ତାନୀ ଦେଇ ପାରିଲେନି ସନ୍ତୋଷଜନକ ଉତ୍ତର

Published By : Prameya-News7 Bureau | September 26, 2020 IST

ମୁମ୍ବାଇ ୨୬।୦୯: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଯେବେଠୁ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିଛି ସେହି ଦିନଠୁ ତଦନ୍ତର ଦିଗ ସଂପୂର୍ଣ୍ଣ ଭାବେ ବଦଳି ଅବୈଧ ନିଶା ସେବନ ଓ କାରବାରରେ ଅଟକି ଯାଇଛି। ରିୟା ଚକ୍ରବର୍ତ୍ତୀଙ୍କ ପରେ ଏବେ ବଲିଉଡର ଅନେକ ତାରକା ଡ୍ରଗ୍ସ ଜାଲରେ ଫସି ଯାଇଛନ୍ତି। ଏନସିବି ରାଡାରରେ ଜଣେ ପରେ ଜଣେ ଅଭିନେତ୍ରୀ ଫସୁଥିବା ଦେଖିବାକୁ ମିଳିଛି। ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଅଲଗା ଅଲଗା ଟିମ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ମୁମ୍ବାଇରେ ଜେରା କରୁଛି। ଦୀପିକାଙ୍କୁ ଏନସିବି ଗେଷ୍ଟ ହାଉସ୍‌ରେ ତ ସାରା ଓ ଶ୍ରଦ୍ଧାଙ୍କୁକ ଏନସିବି ଅଫିସରେ ପଚରା ଉଚୁରା କରୁଛି।

ସୂଚନା ଅନୁଯାୟୀ ଆଜି ସାଢେ ପାଞ୍ଚ ଘଣ୍ଟା ପରେ ଦୀପିକାଙ୍କୁ ଏନସିବିର ଜେରା ସମାପ୍ତ ହୋଇଛି। ମାତ୍ର କୁହାଯାଉଛି ପଚରାଉଚୁରା ଶେଷ ହୋଇ ନାହିଁ। ତାଙ୍କୁ ପୁଣି ଥରେ ଡକାଯାଇପାରେ। ଏନସିବିର ଅନେକ ପ୍ରଶ୍ନ ଏବେ ମଧ୍ୟ ବାକି ରହିଛି। ରିପୋର୍ଟ ଅନୁଯାୟୀ ଦୀପିକା ଏନସିବିର ଜେରା ସମୟରେ ଡ୍ରଗ୍ସ ଚାଟ୍‌ କଥା ସ୍ଵୀକାର କରିଛନ୍ତି। ହେଲେ ସେ କହିଛନ୍ତି ଏହି ଚାଟ୍‌ ଜରିଆରେ ନିଜ ସର୍କିଲରୁ ଡୁବ୍‌ ମଗାଯାଉଥିଲା। ସେ କହିଛନ୍ତି ଡୁବ୍ ଅର୍ଥାତ ଭର୍ତ୍ତି ସିଗାରେଟ୍ ଯାହାକୁ ଲୋକେ ପିଅନ୍ତି। କିନ୍ତୁ ସେ ବହୁତ ପ୍ରଶ୍ନରେ ଉତ୍ତର ନଦେଇ ନିରବ ରହିଥିଲେ।

wp:html /wp:html

ଯେବେ ଏନସିବି ତାଙ୍କୁ ପ୍ରଶ୍ନ କଲେ ଯେ, କଣ ଆପଣ ଡ୍ରଗ୍ସ ନିଅନ୍ତି। ଦୀପିକା ଠିକ୍‌ରେ ଏହାର ଉତ୍ତର ଦେଇନଥିଲେ। ସେ ଏନସିବିକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଜେରା ଶେଷ ପରେ ଦୀପିକା ନିଜ ଘର ଅଭିମୁଖେ ବାହାରିଛନ୍ତି। ଉଲ୍ଲେଖନୀୟ ଶୁକ୍ରବାର ରକୁଲ ପ୍ରୀତ ସିଂହଙ୍କୁ ଏନସିବି ଚାରି ଘଣ୍ଟା ଧରି ପଚରାଉଚୁରା କରିଥିଲା।  ଅନ୍ୟପଟେ ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଏନସିବିର ଜେରା  ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.