ଏସିଡ଼ ଆଟାକ ଉପରେ ଆଧାରିତ ତିଆରି ହେଉଥିବା ଫିଲ୍ମରେ କାମ କରିବାକୁ ଉତ୍ସାହିତ ଦୀପିକା
16/12/2018 at 4:25 PM

ବଲିଉଡ ନିର୍ଦ୍ଦେଶକ ମେଘ୍ନା ଗୁଲଜାରଙ୍କ ଆସନ୍ତା ଚଳଚ୍ଚିତ୍ରରେ ଏସିଡ଼ ଆଟାକ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଦାଖିବାକୁ ମିଳିବ। ଫିଲ୍ମଟିର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ । ଏହାକୁ ନେଇ ଦୀପିକା ଖୁବଉତ୍ସାହିତ ଅଛନ୍ତି ।
ଫିଲ୍ମଟିସତ ଘଟଣା ଉପରେ ଆଧାରିତ ।୧୫ ବର୍ଷ ବୟସରେ ଲକ୍ଷ୍ମୀଙ୍କ ଉପରେ ଏସିଡ ଆଟାକ ହୋଇଥିଲା। ଘଟଣା ପରେତାଙ୍କୁ ଅନେକ ସର୍ଜରୀ କରିବାକୁ ପଡିଥିଲା। ନିଜେ ଏହି ସବୁ ଘଟଣାର ସାମ୍ନା କରିଲା ପରେ ମଧ୍ୟ ସେହାର ମାନିନଥିଲେ। ସେ ନିର୍ଣ୍ଣୟ ନେଇଥିଲେ ଯେ ତାଙ୍କ ପରି ଏସିଡ ଆଟାକ ପିଡୀତାଙ୍କୁ ସେ ସାହାଯ୍ୟକରିବେ। ଦେଶରେ ଏସିଡ ଆଟାକ କିଭଳି ହ୍ରାସ ପାଇବ ସେତିପାଇଁ ମଧ୍ୟ ଯୋଜନା କରିଥିଲେ ।
ଫିଲ୍ମର ନିର୍ମାତା ଭାବରେ ମଧ୍ୟ ଦୀପିକାଙ୍କୁ ଦେଖିବାକୁ ମିଳିବ। ତାଙ୍କ ବିଶ୍ୱାସ ଏହି କାହାଣି ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ସତ୍ୟ ଘଟଣାଉପରେ ଆଧାରିତ ଚଳଚିତ୍ର ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଥାଏ।