previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଏସିଆର ୪ ଧନୀ ସେଲିବ୍ରିଟି କପଲ୍‌ଙ୍କ ଭିତରେ ଦୀପିକା ଓ ରଣବୀର, ଦୁହିଙ୍କ ଆୟ ଯେତିକି ତାଠାରୁ ଆହୁରି ଢେର ବ୍ରାଣ୍ଡ ଭ୍ୟାଲ୍ୟୁ

6/07/2022 at 12:17 PM

ମୁମ୍ୱାଇ ୦୬/୦୭: ଷ୍ଟାର କପଲ୍ । ବହୁତ ଧନୀ । ବଲିଉଡ୍ର ମୋଷ୍ଟ ଡିମାଣ୍ଡ ଷ୍ଟାର ଆଉ ଏସୀଆ ମହାଦେଶର ଧନୀ ସେଲିବ୍ରିଟି କପଲ । ଦୀପିକା ପାଦୁକୋନ୍ ଓ ରଣବୀର ସିଂ  ।  ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହ୍ୟୁମାନ୍ ବ୍ରାଣ୍ଡସ୍‌ର ସର୍ଭେ ରେ ଦୀପିକା –ରଣବୀରଙ୍କୁ ଏମିତି କ୍ରେଡିଟ୍ । କେବଳ ଧନୀ ନୁହନ୍ତି ପାୱାରଫୁଲ କପଲ ସେମାନେ । 

ବଲିଉଡ୍‌ର ୨୦୨୨ର ମୋଷ୍ଟ ପାଓ୍ବାରଫୁଲ୍ କପଲ୍ ମଧ୍ୟ  ରାମଲୀଲା ,ବାଜିରାଓ ମସ୍ତାନୀର ସୁପରହିଟ୍ ଯୋଡି । । ଏହି ବିଉଟିଫୁଲ୍ କପଲ୍ ଙ୍କୁ ଏକା ସାଙ୍ଗେ ଦେଖିବାକୁ ଦର୍ଶକ ଖୁବ୍ ଭଲପାଆନ୍ତି। ଦେଶ ବାହାରେ ବି ଏମାନଙ୍କର ପ୍ରଶଂସକ ଢେର । ସମ୍ମାନ ବି ଅଛି । କାନସ୍ ଫେଷ୍ଟିଭାଲରେ ଜୁରୀ ଥିଲେ ଦୀପିକା ।

ତେବେ ଏହି ଯୋଡିଟି କେବଳ ସୁନ୍ଦର ହିଁ ନୁହେଁ ବରଂ ମୋଷ୍ଟ ଏକ୍ସପେନ୍ସିଭ ମଧ୍ୟ। ଏବେ ଏହି ସୁନ୍ଦର ଯୋଡି ବିଷୟରେ ଆଉ ଗୋଟେ ଖବର । ସେମାନଙ୍କ ରୋଜଗାର ଆଉ ସଂପତ୍ତିକୁ ନେଇ ।  ଆୟ ହିସାବରେ ଏହି କପଲ୍ ୨୦୨୨ର ଏସିଆର ସବୁଠୁ ଧନୀ ୪ ସେଲିବ୍ରିଟି ପାଓ୍ବାର କପଲଙ୍କ ମଧ୍ୟରେ ଅଛନ୍ତି । ଲୋକପ୍ରିୟତା ସହ ଯୋଡା ରୋଜଗାର । ଦୀପିକା ଲିଭାଇସ୍ ଭଳି ଇଣ୍ଟରନ୍ୟାସନାଲ ବ୍ରାଣ୍ଡ ଓ ରଣବୀର ମଧ୍ୟ ଜାକ ଏଣ୍ଡ୍ ଜନସ୍, ଜେବିଏଲ୍ ଓ କେଲଗ୍ସ ଆଦିର ଇଣ୍ଡିଆନ ବ୍ରାଣ୍ଡ ଆମ୍ବାସେଡର। 

ଏହି ରିପୋର୍ଟ ଅନୁଯାୟୀ ଦୀପିକା ହେଉଛନ୍ତି ଭାରତର ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତ୍ରୀ। ସିନେମା ଏବଂ ବ୍ରାଣ୍ଡ ପ୍ରମୋସନ ତଥା ଆଡ୍ ଆଦିରୁ ତାଙ୍କର  ହାରାହାରି ଆୟ ୪୦ କୋଟିରୁ ବେଶି । ତାଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁ ପ୍ରାୟ ୩୪୦ କୋଟି ଓ ସେ ସିନେମା ପିଛ୍ଛା ୨୯ କୋଟିରୁ ଅଧିକ ଟଙ୍କା ନେଇଥାଆନ୍ତି। ରଣବୀରଙ୍କ ଆଭରେଜ ଆୟ ୨୧ କୋଟି ହୋଇଥିବାବେଳେ ସେ ଗୋଟେ ସିନେମା ପାଇଁ ୨୦ କୋଟି ନିଅନ୍ତି।  ଡଫ୍ ଏଣ୍ଡ୍ ଫେଲ୍ପସ୍ର ରିପୋର୍ଟ ଅନୁଯାୟୀ ରନବୀରଙ୍କ ବ୍ରାଣ୍ଡ୍ ଭ୍ୟାଲ୍ୟୁ ୧୫୮ ମିଲିୟନ ଡଲାର ଅଟେ।

ରଣବୀର ଓ ଦୀପିକାଙ୍କ ସହ ଏଏସୀଆର ଟପ୍ ୪ ସେଲିବ୍ରିଟି ପାଓ୍ବାର କପଲ୍ ଙ୍କ ମଧ୍ୟରେ ହଙ୍ଗକଙ୍ଗର ଟୋନି ଲଙ୍ଗ ଓ କରିନା ଲୌ, ସାଉଥ୍ କୋରିଆର ରୈନ ଓ କିମ୍ ତାଇ-ହି ଏବଂ ସିଙ୍ଗାପୁରର ଫାନ୍ ଓ୍ବଙ୍ଗ ଓ କ୍ରିଷ୍ଟୋଫର୍ ଲି । ଏହି  ସୁପରଷ୍ଟାର ଅଭିନୟ ସାଙ୍ଗକୁ ମଡେଲିଂ ଏବଂ ଆଡ୍ ପ୍ରମୋସନରୁ ବିପୁଳ ଆୟ କରିଥାନ୍ତି ।

   Related Posts