LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସମ୍ପର୍କିୟ ଭଉଣୀଙ୍କୁ ବିବାହ କରିଛନ୍ତି ପ୍ରକାଶ ପାଦୁକୋନ, ଉଜ୍ଜଲାଙ୍କ ପ୍ରେମରେ ଦିୱାନା ଥିଲେ ଦୀପିକାଙ୍କ ବାପା

30/03/2023 at 11:47 AM

ମୁମ୍ଵାଇ ୩୦।୦୩: ବଲିଉଡ୍‌ର ପାୱାର କପଲ୍‌ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ।  ନିକଟରେ ଦୁହେଁ ଏକ ଇଭେଣ୍ଟରେ ନଜର ଆସିଥିଲେ। ଯେଉଁଠାରେ ପରସ୍ପରକୁ ଅଣଦେଖା କରିବା କାରଣରୁ ସେମାନଙ୍କୁ ନେଇ ଖୁବ୍‌ ଆଲୋଚନା ହୋଇଥିଲା। ଏପରିକି କୁହାଯାଉଛି ଯେ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି । ଖୁବ୍ ଶୀଘ୍ର ଦୁହେଁ ଅଲଗା ହୋଇଯିବେ। ତେଣୁ ଗୋଟିଏ ପଟେ ଦୀପିକା ଏବଂ ରଣଭୀର ଲାଇମଲାଇଟରେ ଥିବାବେଳେ ଅନ୍ୟ ପଟେ ଅଭିନେତ୍ରୀଙ୍କ ବାପା ପ୍ରକାଶ ପାଦୁକୋନ ଏବଂ ଉଜାଲା ପାଦୁକୋନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ତାହା ହେଉଛି, ଉଭୟ ସମ୍ପର୍କୀୟ ଥିଲେ, ଅର୍ଥାତ୍ ସେମାନେ ଦୂର ସମ୍ପର୍କରେ ଭାଇ ଓ ଭଉଣୀ ।

ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ କିଛି ସମୟ ପୂର୍ବରୁ ଏକ ମିଡିଆ ପୋର୍ଟାଲକୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବିବାହ ଜୀବନ ବିଷୟରେ ବହୁତ କିଛି କହିଥିଲେ । ସେ ଏବଂ ଉଜାଲା ଦୂର ସମ୍ପର୍କୀୟ ଭାଇ ଭଉଣୀ। କିନ୍ତୁ ସେ ଉଜାଲାଙ୍କୁ ବହୁତ ଭଲ ପାଉଥିଲେ।

ଦୀପିକାଙ୍କ ବାପା କହିଥିଲେ, ‘ମୁଁ ଶୀଘ୍ର ମୋର ଦ୍ୱିତୀୟ କଜିନ୍‌ଙ୍କୁ ବିବାହ କରିଥିଲି ଏବଂ ତା’ପରେ ଆମେ କେପହନଗ୍‌କୁ ପଳାଇଥିଲୁ, ଯେହେତୁ ମୁଁ ସେଠାରେ ଚାକିରି ପାଇଥିଲି ଏବଂ ୧୯୮୬ରେ ଦୀପିକା ଜନ୍ମ ହେବା ପର୍ଯ୍ୟନ୍ତ ସେଠାରେ ରହିଥିଲି। ମୁଁ ୧୯୮୯ରେ ଅବସର ନେଇଥିଲି। ପ୍ରକାଶ ପାଦୁକୋନ ଜଣେ ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି। ୧୯୦ ମସିହାରେ ସେ ବିଶ୍ୱ ନମ୍ବର ୧ ରେ ସ୍ଥାନ ପାଇଥିଲେ । ସେହି ବର୍ଷ ସେ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଏହି ଖୁଲାସା ପରେ ଏବେ ନେଟିଜିନସ୍‌ମାନେ ଖୁବ୍‌ ଟ୍ରୋଲ କରୁଛନ୍ତି।

   Related Posts