Cannes 2022: ଜୁରୀ ଟେବୁଲ୍ରେ ନଜର ଆସିଲେ ଦୀପିକା ପାଦୁକୋନ୍, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
18/05/2022 at 8:02 AM

ନୂଆଦିଲ୍ଳୀ ୧୮।୦୫: ଦୀପିକା ପାଦୁକୋନ୍ ପୁଣି ଥରେ ଏବେ ଚର୍ଚ୍ଚାରେ । ସେ ବର୍ତ୍ତମାନ କାନ୍ସ ଫେଷ୍ଟିଭାଲ୍ ୨୦୨୨ରେ ସାମିଲ୍ ହୋଇଛନ୍ତି । ମଙ୍ଗଳବାର ଅର୍ଥାତ୍ ଗତକାଲି ଦୀପିକାଙ୍କୁ ଜୁରୀ ଟେବୁଲ୍ରେ ବସିଥିବାର ଦେଖିବାକୁ ମିଳିଛି। ଏହା ୧୭ ମେ’ରୁ୨୮ ମେ’ ପର୍ଯ୍ୟନ୍ତ ଚାଲିବ । ଦୀପିକାଙ୍କ ସହ ଅନେକ ସଦସ୍ୟ ମଧ୍ୟ ତାଙ୍କ ସହ ସାମିଲ୍ ଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଭାରତ ପାଇଁ ଏହା ଏକ ସ୍ବତନ୍ତ୍ର କାରଣ ଆମ ଦେଶ ଏକ ସମ୍ମାନଜନକ ଦେଶ ଭାବରେ ଏଥିରେ ଭାଗ ନେଉଛି ।
Introducing the jury for the 75th annual #CannesFilmFestival. pic.twitter.com/gWrky6hliI
— Ramin Setoodeh (@RaminSetoodeh) May 17, 2022
ଏହି ଭିଡିଓରେ ହୋଷ୍ଟ ସମସ୍ତଙ୍କ ନାମ ନେଇ ସେମାନଙ୍କୁ ପରିଚିତ କରାଉଥିବା ଦେଖାଯାଉଛି। ଦୀପିକା ଅନ୍ୟ ଜୁରି ସଦସ୍ୟଙ୍କ ସହ ବସିଥିବାର ନଜର ଆସିଛନ୍ତି। ରେବିକା ହଲ୍, ନୋମି ରାପେସ୍ ଏବଂ ଇଟାଲୀୟ ଅଭିନେତା ତଥା ନିର୍ଦ୍ଦେଶକ ଜସ୍ମିନ୍ ଟ୍ରିନକା, ନିର୍ଦ୍ଦେଶକ ଅସଗର ଫରହାଡି, ଲଡଜ ଲି, ଜେଫ ନିକୋଲ୍ସ ଏବଂ ଜୋଚିମ ଟ୍ରାୟର ଅଛନ୍ତି।
Her smile ????✨?#DeepikaPadukone #DeepikaAsCannesJury #DeepikaAtCannes #Cannes2022 pic.twitter.com/TbOmE7FuJz
— DEEPIKA PADUKONE FAN (@dpadukonefrance) May 17, 2022
We call her Queen of bollywood for a reason? #Deepikapadukone #DeepikaAsCannesJury #DeepikaAtCannes https://t.co/Cr4nHpXsTh
— ?♀️ (@Dp_fanatic) May 17, 2022
ଏହି ଇଭେଣ୍ଟରେ ଦୀପିକା ସବ୍ୟସାଚିଙ୍କ ଡିଜାଇନ୍ ଡ୍ରେସ୍ ପିନ୍ଧିଛନ୍ତି । ଗ୍ରିନ୍ କଲରର ପ୍ୟାଣ୍ଟ ସହିତ ଫ୍ଲୋରାଲ୍ର ସାର୍ଟ ଏବଂ ମୁଣ୍ଡରେ ଏକ ସ୍କର୍ଫ ଲଗାଇଛନ୍ତି। ବେକରେ ହୀରାର ପ୍ରସ୍ତୁତ ହୋଇଥିବା ମଲ୍ଟି ରଙ୍ଗର ହାର ପିନ୍ଧିଛନ୍ତି । ଏହା ବ୍ୟତୀତ ରାତିରେ ଦୀପିକା ଜୁରୀଙ୍କ ଡିନରରେ ମଧ୍ୟ ସାମିଲ୍ ହୋଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସମାନେ ଦୀପିକାଙ୍କୁ ପ୍ରଶଂସା କରି ଥକି ପଡିଛନ୍ତି ।
ଦୀପିକାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶକୁନ୍ ବତ୍ରାଙ୍କ ‘ଗେହରାଇୟାଁନ୍’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କୁ ଶାହରୁଖ ଖାନଙ୍କ ସହ ‘ପଠାନ’ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ତାଙ୍କର ‘ଫାଇଟର୍’, ‘ପ୍ରୋଜେକ୍ଟ କେ’ ଏବଂ ହଲିଉଡଫିଲ୍ମ ‘ଦି ଇଣ୍ଟରନେଟ୍’ର ହିନ୍ଦୀ ରିମେକ୍ରେ ବି ନଜର ଆସିବେ।