Indian-2ରୁ ଆଉଟ୍‌ ହେଲେ ସିଙ୍ଘମ୍‌ ଗର୍ଲ, କମଲ୍‌ ହାସନ୍‌ଙ୍କ ସହ ନଜର ଆସିବେ ଦୀପିକା !

Published By : Prameya-News7 Bureau | August 06, 2022 IST

ମୁମ୍ବାଇ ୦୬।୦୮: 'ବିକ୍ରମ'ର ସଫଳତା ପରେ ତାମିଲ ସୁପରଷ୍ଟାର କମଲ ହାସନ ଏବେ ଚର୍ଚ୍ଚାରେ । ବର୍ତ୍ତମାନ  ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି କି ସେ ଚଳିତ ମାସ ଶେଷରୁ ନିର୍ଦ୍ଦେଶକ ଏସ ଶଙ୍କରଙ୍କ ବ୍ଲକବଷ୍ଟର ଫିଲ୍ମ ଇଣ୍ଡିଆର ସିକ୍ୱେଲ 'ଇଣ୍ଡିଆନ-୨' ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। କୋଭିଡ ଯୋଗୁଁ ଫିଲ୍ମ ବିଳମ୍ବ ହୋଇଥିଲା । ଏହି ଚଳଚ୍ଚିତ୍ରର କାଷ୍ଟ ବିଷୟରେ ଆଲୋଚନା ହେଉଛି । ସମସ୍ତେ ଜାଣିଥିଲେ ଯେ ସିଙ୍ଘମ୍‌ ଗର୍ଲ କାଜଲ ଅଗ୍ରୱାଲ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବେ କିନ୍ତୁ ତାଙ୍କ ବିବାହ ଏବଂ ନିକଟରେ ଏକ ସନ୍ତାନ ଜନ୍ମ ହେବା ପରେ ଏଥିରେ ବ୍ରେକ୍‌ ଲାଗିଛି।

ଏହାକୁ ନେଇ ବର୍ତ୍ତମାନ କୁହାଯାଉଛି ଯେ କାଜଲ ଅଗ୍ରୱାଲଙ୍କ ସ୍ଥାନରେ ଦୀପିକା ପାଦୁକୋନଙ୍କ ନିକଟକୁ ଅଫର ଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ବିଷୟରେ କେହି ଅଫିସିଆଲି ଘୋଷଣା କରାଯାଇ ନାହିଁ । ଦୀପିକା ଏବେ 'ପଠାନ୍' ବ୍ୟତୀତ 'ପ୍ରୋଜେକ୍ଟ କେ'ରେ ବ୍ୟସ୍ତ ଅଛନ୍ତି ।  ଏହା ବ୍ୟତୀତ 'ଇଣ୍ଡିଆନ୍ ୨'ରେ  ସିଦ୍ଧାର୍ଥ, ରାକୁଲ ପ୍ରୀତ ସିଂ ଏବଂ ପ୍ରିୟା ଭବାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ସଂଗୀତ ଦେଉଛନ୍ତି ଅନିରୁଦ୍ଧ ରବିଚନ୍ଦ୍ର ।

ଗତ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ​​ଯେ ଏହି ଚଳଚ୍ଚିତ୍ରରୁ କାଜଲ ଅଗ୍ରୱାଲଙ୍କ ନାମ କଟାଯାଇଛି । ଏବେ ଦୀପିକା ପାଦୁକୋନ, କ୍ୟାଟ୍ରିନାଙ୍କ ପରି ଅଭିନେତ୍ରୀମାନେ ତାଙ୍କ ସ୍ଥାନରେ ବିବେଚିତ ହେଉଛନ୍ତି। ଏହା ପଛର କାରଣ କୁହାଯାଉଛି ଯେ ଏହି ଫିଲ୍ମଟି ପାନ୍ ଇଣ୍ଡିଆ ଫିଲ୍ମ ଭାବରେ ଡିଜାଇନ୍ ହୋଇଛି। ଏହି କାରଣରୁ ଜଣେ ମୁଖ୍ୟ ଅଭିନେତ୍ରୀଙ୍କ ଭୂମିକା ଦମ୍‌ଦାର ହେବା ସହ ଫିଲ୍ମକୁ ବଡ଼ କରିବା ପାଇଁ ପ୍ରସ୍ତୁତି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.