ଆସନ୍ତା ବର୍ଷ ଧମାଲ ମଚାଇବେ ଦୀପିକା ପାଦୁକୋନ : ହାତରେ ରହିଛି ୫ଟି ବିଗ୍ ବଜେଟ୍ ଫିଲ୍ମ

Published By : Prameya-News7 Bureau | December 15, 2020 IST

ମୁମ୍ବାଇ ୧୫/୧୨: ନମ୍ବର ଓ୍ବାନ୍ ଅଭିନେତ୍ରୀ ଦୀପିକା ପାଦୁକୋନ ହିନ୍ଦୀ ଫିଲ୍ମର ସବୁଠୁ ବ୍ୟସ୍ତ ଅଭିନେତ୍ରୀ ମଧ୍ୟରୁ ଜଣେ। ପରବର୍ତ୍ତୀ ସମୟରେ ସେ କେବଳ ଅନେକ ଫିଲ୍ମର ସୁଟିଂ କରିବେ ନାହିଁ,ବରଂ ମଝିରେ ମଝିରେ ୨-୩ଟି ଫିଲ୍ମ ପାଇଁ ସମୟ ମଧ୍ୟ ବାହାର କରିବେ। ଦୀପିକା ପାଦୁକୋନଙ୍କ ମ୍ୟାନେଜିଂ ଟିମ୍ ଏହାର ପୂରା ପ୍ରସ୍ତୁତି କରି ନେଇଛନ୍ତି।

{"id":377557,"sizeSlug":"large","linkDestination":"none"}

ଭାରତରେ କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ସରିଯିବା ପରଠୁ ଦୀପିକା ପାଦୁକୋନ କାମରେ ଲାଗିଯାଇଥିଲେ। ସେ ସର୍ବପ୍ରଥମେ ଶକୁନ ବତ୍ରାଙ୍କ ନିର୍ଦେଶନାରେ ହେଉଥିବା ଏକ ରୋମାଣ୍ଟିକ୍ ଫିଲ୍ମରୁ ହିଁ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଦୀପିକାଙ୍କ ସହ ସିଦ୍ଧାନ୍ତ ଚତୁାର୍ବଦୀ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଦୀପିକା ଫିଲ୍ମର ସୁଟିଂ ଗୋଆରେ ଆରମ୍ଭ କରିଛନ୍ତି ଏବଂ ପରେ ମୁମ୍ବାଇ ଏବଂ ଅଲିବାଗରେ ମଧ୍ୟ ଏହାର ସୁଟିଂ ହୋଇଥିଲା।

{"id":377558,"sizeSlug":"large","linkDestination":"none"}

ଏହା ସହିତ ଦୀପିକା ଫିଲ୍ମର ବାଦଶାହ ଶାହରୁଖ ଖାନଙ୍କ ସହ ଆଗାମୀ ଫିଲ୍ମ ‘ପଠାନ’ରେ ମଧ୍ୟ କାମ କରୁଛନ୍ତି। ନଭେମ୍ବର ମାସରେ ଦୀପିକା ଶାହରୁଖଙ୍କ ସହିତ ଏହି ଫିଲ୍ମ ପାଇଁ ୨ଦିନ ସୁଟିଂ କରିଥିଲେ। ଏହା ପରେ ସେ ପୁଣି ଶକୁନ ବତ୍ରାଙ୍କ ସହ କାମ କରିଥିଲେ। ଏବେ ସେ ଜାନୁୟାରୀରେ ଅଧିକାଂଶ ସମୟ ଫିଲ୍ମ ପଠାନ ପାଇଁ କାମ କରିବେ।

{"id":377559,"sizeSlug":"large","linkDestination":"none"}

ପଠାନର ସୁଟିଂ ଆଗାମୀ ବର୍ଷ ମଧ୍ୟଭାଗ ଯାଏଁ ଚାଲିବ। ସେ ଆର ବର୍ଷ ନାଗ ଅଶ୍ବିନଙ୍କ ନିର୍ଦେଶନାରେ ଆଉ ଏକ ଫିଲ୍ମ ଆରମ୍ଭ କରିବେ। ଏହି ଫିଲ୍ମରେ ତେଲୁଗୁ ଫିଲ୍ମର ସୁପରଷ୍ଟାର ପ୍ରଭାସ ତାଙ୍କ ସହ ରହିବେ। ଯେବେଠୁ ଏହି ଫିଲ୍ମର ଘୋଷଣା ହୋଇଛି ସେବେଠୁ ଏହି ଫିଲ୍ମ ଯଥେଷ୍ଟ ଚର୍ଚ୍ଚାରେ ରହିଛି। କାରଣ ଏହି ଫିଲ୍ମରେ ୨ଜଣ ବଡ଼ କଳାକାର ଏକାଠି ନଜର ଆସିବେ।

{"id":377561,"sizeSlug":"large","linkDestination":"none"}

ଦୀପିକା ହଲିଉଡର କମେଡି ଡ୍ରାମା ଫିଲ୍ମ ‘ଦ ଇଣ୍ଟର୍ଣ୍ଣ’ର ହିନ୍ଦୀ ରିମେକକୁ ଆରମ୍ଭ କରିବାକୁ ଯାଉଛନ୍ତି। ଦୀପିକା ଏବର୍ଷ ଆରମ୍ଭରୁ ଏହି ଫିଲ୍ମର ଘୋଷଣା କରିଥିଲେ। କିନ୍ତୁ ସମସ୍ୟା ହେଉଛି ଯେ ଏହି ଫିଲ୍ମରେ ଦୀପିକାଙ୍କ ସହ କାମ କରିବାକୁ ଥିବା କଳାକାର ଋଷି କପୁର ଏବେ ଏହି ଦୁନିଆରେ ଆଉ ନାହାନ୍ତି। ଏବେ ଏହି ଫିଲ୍ମରେ ଦୀପିକାଙ୍କ ସହ କେଉଁ ବରିଷ୍ଠ କଳାକାର ଅଭିନୟ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶା କରାଯାଉଛି ଏଥିରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି ହୋଇପାରେ।

{"id":377562,"sizeSlug":"large","linkDestination":"none"}

ବର୍ଷ ସରିବା ସହ ଦୀପିକା ପୁଣି ଏକ ଗମ୍ଭୀର ଭୂମିକାରେ ଅଭିନୟ କରିବେ। ସେ ଫିଲ୍ମ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ।

{"id":377563,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.