ରଣବୀର ସିଂଙ୍କ ସହ ମତଭେଦକୁ ନେଇ ଖୁଲାସା କଲେ ଦୀପିକା, କହିଲେ- ସେ ସବୁ ଗୁଜବ...

Published By : Prameya-News7 Bureau | October 13, 2022 IST

ମୁମ୍ଵାଇ ୧୩।୧୦: ଦୀପିକା ପାଦୁକୋନ ଏବଂ ରଣବୀର ସିଂ ବଲିଉଡର ସବୁଠୁ ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ପ୍ରକାଶ ଥାଉକି, ଗତ ମାସରେ ଉଭୟଙ୍କ ମଧ୍ୟରେ ଝଗଡା ହେବାର ଖବର ସାମ୍ନାକୁ ଆସିଥିଲ। ବର୍ତ୍ତମାନ ଦୀପିକା ଏହି ରିପୋର୍ଟଗୁଡିକ ମଧ୍ୟରେ ରଣବୀରଙ୍କ ବିଷୟରେ କହିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଦୀପିକା ମେଘନ ମାର୍କେଲଙ୍କ ପୋଡକାଷ୍ଟରେ କହିଛନ୍ତି ଯେ ରଣବୀର କାମ ହେତୁ ତାଙ୍କଠାରୁ ଦୂରରେ ଅଛନ୍ତି। କିନ୍ତୁ ଯେତେବେଳେ ବି ସେ ମୋତେ ଭେଟିବେ ସେ ଖୁସିରେ ଡେଇଁ ପଡନ୍ତି। ଦୀପିକା କହିଛନ୍ତି, ଏକ ମ୍ୟୁଜିକ୍‌ ଇଭେଣ୍ଟ ଯୋଗୁଁ ମୋ ସ୍ୱାମୀ ଏକ ସପ୍ତାହ ପାଇଁ ଦୂରରେ ଅଛନ୍ତି। ବର୍ତ୍ତମାନ ସେ ସେଠାରୁ ଫେରିଛନ୍ତି ଏବଂ ବର୍ତ୍ତମାନ ସେ ମୋତେ ଭେଟିବା ପରେ ମୋ ମୁହଁ ଦେଖି ଖୁସି ହୋଇଯିବେ। ସେ ମୋ ବିନା ରହି ପାରନ୍ତି ନାହିଁ । ଯାହା ସବୁ କୁହାଯାଉଥିଲା ସବୁୁ ମିଛ।

ଦୀପିକାଙ୍କ ଏହି ପୋଡକାଷ୍ଟର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକାଙ୍କ ଏହି କଥା ଶୁଣି ପ୍ରଶଂସକମାନେ ମଧ୍ୟ ଖୁସି ହୋଇଯାଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଦୀପିକା ଏବଂ ରଣବୀରଙ୍କ ମଧ୍ୟରେ ସବୁ ଠିକ୍ ଅଛି। ଜଣାପଡୁଛି କି ଦୁହିଁଙ୍କ ଭିତରେ ସବୁ କିଛି ଠିକ୍‌ ଠାକ୍‌ ଚାଲିଛି । କିଛି ଗୁଜବ ପାଇଁ ବୋଧ ହୁଏ ଏ ଖବର ପ୍ରଚାରିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.