suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାନିଲେ ଦୀପିକା, କହିଲେ- ଡ୍ରଗ୍ସ ପ୍ରସଙ୍ଗରେ କଥା ହୋଇଛି, ମାତ୍ର ଡ୍ରଗ୍ଦ ନିଏ ନାହିଁ

26/09/2020 at 2:06 PM

ନୂଆଦିଲ୍ଲୀ ୨୬/୦୯: ବଲିଉଡ୍ ଡ୍ରଗ୍ସ ମାମଲାରେ ଆଜି ସକାଳେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନସିବି ଗେଷ୍ଟ ହାଉସରେ ଜେରା କରାଯାଇଛି। ୩-୪ ରାଉଣ୍ଡରେ ଏନିସିବିର ୫ ଜଣିଆ ଟିମ ପଚରାଉଚରା କରିଛନ୍ତି ଦୀପିକାଙ୍କୁ। ଏହା ସହ ଦୀପିକାଙ୍କ ଫୋନ୍ ମଧ୍ୟ ଜବତ କରିଛି ଏନସିବି। ଆସନ୍ତାକାଲି ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ଜେରା କରିଥିବା ବେଳେ ଆଜି ପୁଣି ଥରେ ଜେରା ପାଇଁ ପହଞ୍ଚିଛନ୍ତି କରିଶ୍ମା। କରିଶ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ଜେରା କରାଯାଇଛି।

ତେବେ ଏନସିବି ସାମ୍ନାରେ ଦୀପିକା ଡ୍ରଗ୍ସ ପ୍ରସଙ୍ଗରେ ଚାଟ୍ କରିଥିବା ସ୍ବୀକାର କରିଛନ୍ତି। ୨୦୧୭ ଅକ୍ଟୋବର ୨୮ରେ ସେ କରିଶ୍ମାଙ୍କ ସହ କରିଥିବା ଚାଟ୍ ଦେଖାଇ ଥିଲା ଏନିସିବି। ତାକୁ ସେ ସ୍ବୀକାର କରିଛନ୍ତି। ସୂତ୍ର ଅନୁସାରେ ଏହି ଚାଟରେ ସେ ନିଜ ସର୍କଲରେ ‘ଡୁବ’ ମାଗିଥାନ୍ତି। ‘ଡୁବ’ ଏକପ୍ରକାରର ସିଗାରେଟ୍। ଡୁବ ଶବ୍ଦକୁ କୋଡଓ୍ବାର୍ଡ ଭାବେ ବ୍ୟବହାର କରାଯାଏ କହିଛନ୍ତି ଦୀପିକା। ତେବେ ସେ ସ୍ପଷ୍ଟ ଭାବେ କହି ନାହାନ୍ତି ଯେ ଡ୍ରଗ୍ସ ନିଅନ୍ତି ବୋଲି। ତେବେ ସେ ବ୍ୟୁରୋର ଅନେକ ପ୍ରଶ୍ନରେ ଚୁପ୍ ରହିଥିବା ଦେଖାଯାଇଛି।

କରିଶ୍ମା ଓ ତାଙ୍କର ସାମ୍ନାସାମ୍ନି ଜେରା ସରିଛି। ତେବେ ଦୀପିକା ସନ୍ତୋଷଜନକୁ ଉତ୍ତର ଦେଇ ନାହାନ୍ତି। ଅବଶ୍ୟ କରିଶ୍ମାଙ୍କ ଜେରା ଜାରି ରହିଛି। ଦୀପିକା ଗେଷ୍ଟ ହାଉସର ଅନ୍ୟ ଏକ ଘରେ ଏକୁଟିଆ ବସିଛନ୍ତି। ଏନସିବି ଦୀପିକାଙ୍କ ଲିଖିତ ବୟାନ ରେକର୍ଡ କରିଛି। କରିଶ୍ମାଙ୍କ ଜେରା ପରେ ପୁଣି ଦୀପିକାଙ୍କୁ ଏନସିବି ପଚରାଉଚରା କରିପାରେ।

ଏବେ ଏନସିବି କାର୍ଯ୍ୟାଳୟରେ ଶ୍ରଦ୍ଧାଙ୍କ ଜେରା ଚାଲିଛି। ଇତିମଧ୍ୟରେ ସାରା ଅଲୀ ଖାନ୍ ମଧ୍ୟ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

   Related Posts