ଗର୍ଭବତୀ ଥାଇ ଆକ୍ସନ ଫିଲ୍ମର ସୁଟିଂ କରୁଛନ୍ତି ଦୀପିକା, ସାମ୍ନାକୁ ଆସିଲା ‘Singham again’ ସେଟ୍‌ରୁ ଫଟୋ

Published By : Prameya-News7 Bureau | April 18, 2024 IST

ମୁମ୍ଵାଇ ୧୮।୦୪: ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ 'ସିଙ୍ଘମ୍‌ ଅଗେନ'। ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଛି। ଏହି ଫିଲ୍ମରେ ଅନେକ ତାରକା ଅଭିନୟ କରୁଛନ୍ତି। ମହିଳା ଷ୍ଟାର କାଷ୍ଟରେ ଦୀପିକାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଦୀପିକା ପାଦୁକୋନ୍ କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କ ଗର୍ଭଧାରଣକୁ ଅଫିସିଆଲ କରିଥିଲେ। ଏବେ 'ସିଙ୍ଘମ ଅଗେନ୍‌ ସେଟ୍ ରୁ ତାଙ୍କର କିଛି ଫଟୋ ସୋସିଆଲ୍ ମିଡିଆରୁ ସାମ୍ନାକୁ ଆସିଛି।ସେଟରୁ ଆସିଥିବା ଫଟୋ ଗୁଡ଼ିକରେ ଅଭିନେତ୍ରୀଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଛି । ତାଙ୍କୁ ଫିଲ୍ମରେ ଆକ୍ସନ୍ ସିନ୍‌ କରୁଥିବା ଦେଖିବାକୁ ମିଳିବ ବୋଲି ଦାବି କରାଯାଉଛି।

 

ଫଟୋ ଗୁଡ଼ିକରେ, ଅଭିନେତ୍ରୀ ପୋଲିସ ୟୁନିଫର୍ମରେ ଅଛନ୍ତି । ତାଙ୍କ ଚାରିପାଖରେ ଥିବା କଳାକାରମାନେ ଗୁଣ୍ଡା ବେଶଭୂଷାରେ ଅଛନ୍ତି। ଏହି କାରଣରୁ, ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ଏକ ଆକ୍ସନ୍ ଦୃଶ୍ୟ କରୁଛନ୍ତି। ହେଲେ ପ୍ରଶଂସକମାନେ ମଧ୍ୟ ଦାବି କରୁଛନ୍ତି ଯେ ଶୁଟିଂ ସମୟରେ ତାଙ୍କ ଶିଶୁ ବେବି ବମ୍ପ ଦୃଶ୍ୟମାନ ହେଉଛି। ଏହି ଫଟୋ ଗୁଡ଼ିକ ଦୀପିକା ପାଦୁକୋନଙ୍କ ଏକ ଫ୍ୟାନ୍‌ ପେଜ୍‌ରୁ ସେୟାର  କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ସୁରକ୍ଷା ପାଇଁ ଦୀପିକାଙ୍କ ବଡିଗାର୍ଡ ଉପସ୍ଥିତ ଅଛନ୍ତି। ଯାହାଫଳରେ ଗର୍ଭବତୀ ତାରକା କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

 

ଦୀପିକା ପ୍ରଥମ ଥର ପାଇଁ 'ସିଙ୍ଘମ ଅଗେନ'ରେ ପୋଲିସ୍ ଅଧିକାରୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଲେଡି ସିଙ୍ଘମ୍‌ ପୋଲିସ୍ ଅଧିକାରୀ 'ଶକ୍ତି ଶେଟ୍ଟୀ' ଭୂମିକାରେ ଦେଖିବାକୁ ମିଳିବ। କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ରଣବୀର ସିଂ, କରୀନା କପୁର ଖାନ୍, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ନଜର ଆସିବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.