ରଣବୀରଙ୍କୁ କାହିଁକି ଇଗନୋର କଲେ ଦୀପିକା ! ଫ୍ୟାନ୍ସ କହିଲେ-କିଛି ଠିକ୍ ନାହିଁ
24/03/2023 at 11:13 AM

ମୁମ୍ଵାଇ ୨୪।୦୩: ବଲିଉଡ ବାଜିରାଓ ମସ୍ତାନୀ ଦୀପିକା ପାଦୁକୋନ୍- ରଣବୀର ସିଂ । ଦୁହେଁ ବିଟାଉନ୍ର ପାୱାର କପଲ । ହେଲେ ମଝିରେ ଶୁଣିବାକୁ ମିଳିଥିଲା କି ଉଭୟଙ୍କ ମଧ୍ୟରେ କିଛି ଠିକ୍ ଚାଲି ନାହିଁ। ଆମେ ଏହା କହୁନାହୁଁ, ବର୍ତ୍ତମାନ ଏକ ସାଧାରଣ କାର୍ଯ୍ୟକ୍ରମ ସମୟରେ ତାଙ୍କ ମଧ୍ୟରେ ଦୂରତା ଦେଖି ପ୍ରଶଂସକମାନେ ଏହାକୁ ଅନୁମାନ କରୁଛନ୍ତି । ପୁଣି ଆରମ୍ଭ ହେଲାଣି କଳ୍ପନା ଜଳ୍ପନା। ଫ୍ୟାନ୍ସ ମନରେ ଉଠିଛି ନା ନା ପ୍ରଶ୍ମ
ଦୀପିକା ଏବଂ ରଣବୀର ଭାରତୀୟ କ୍ରୀଡ଼ା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ଉଭୟ ରେଡ କାର୍ପେଟରେ ଏକ ଷ୍ଟାଇଲିସ୍ ଏଣ୍ଟ୍ରି କରିଥିଲେ।ଯେଉଁଠାରେ ଦୀପିକା ରଣବୀରଙ୍କୁ ବହୁତ ଅଣଦେଖା କରିଥିଲେ । ତାଙ୍କ ପିତା ପ୍ରକାଶ ପାଦୁକୋନଙ୍କ ସହ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଯେତେବେଳେ ରଣବୀର ଦୀପିକାଙ୍କ ହାତ ଧରିବାକୁ ଚେଷ୍ଟା କଲେ । ସେହି ସମୟରେ ସେ ଏହାକୁ ଅଣଦେଖା କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓକୁ ଦେଖିବା ପରେ ପ୍ରଶଂସକମାନେ ବହୁତ ଚିନ୍ତିତ ହେଉଛନ୍ତି । ଜଣେ ୟୁଜର୍ସଲେଖିଛନ୍ତି, ‘ତାଙ୍କ ଶରୀରର ଭାଷା ସଂପୂର୍ଣ୍ଣ ବଦଳି ଯାଇଛି … ମୁଁ ଭାବୁଛି।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଦୀପିକା ରାଗିଛନ୍ତି ବୋଧ ହୁଏ। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘କିଛି ଭୁଲ୍ ଅଛି … ଲାଗୁଛି ସେମାନଙ୍କ ପାଖରେ ରୋମାନ୍ସ ଶୀଘ୍ର ଶେଷ ହୋଇ ଯାଇଛି।’ କହିବାକୁ ଗଲେ ଏହା ଦେଖି ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠିବାକୁ ବାଧ୍ୟ। ଅଭିନେତ୍ରୀଙ୍କ ଏହି ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ।