previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ମୁଁ ବିବାହିତ, ଠିକ୍ ଭାବେ କଥାବାର୍ତ୍ତା କରନ୍ତୁ: କାହିଁକି ପ୍ରଶଂସକଙ୍କୁ ଏମିତି କହିଲେ ଦୀପିକା ?

5/07/2022 at 10:44 AM

ମୁମ୍ୱାଇ ୦୫/୦୭: ଦୀପିକା ପାଦୁକୋନ ବଲିଉଡର ନାମିଦାମୀ ଅଭିନେତ୍ରୀ ମଧ୍ୟରେ ଜଣେ । ଏଇ କିଛି ଦିନ ହେବ ଦୀପିକା ତାଙ୍କ ସ୍ୱାମୀ ରଣବୀରଙ୍କ ସହ ଛୁଟିକାଟିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଦୀପିକା ମୁଖ୍ୟ ଅତିଥି ଭାବରେ କାଲିଫର୍ନିଆର ସାନ ଜୋସରେ ଆୟୋଜିତ ହେବାକୁ ଥିବା କୋଙ୍କଣୀ ସମ୍ମିଳନୀରେ ଯୋଗ ଦେଇଥିଲେ ।

ଏହି ଇଭେଣ୍ଟ ସହ ଯୋଡିହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ପ୍ରଶଂସକ ଦୀପିକା ପାଦୁକୋନଙ୍କୁ କହିଛନ୍ତି, ‘ମୁଁ ତୁମକୁ ଭଲପାଏ । ଏହି ପ୍ରଶଂସକଙ୍କୁ ଦୀପିକା ଦେଇଥିବା ଉତ୍ତର ଶୁଣିବା ପରେ ସମସ୍ତେ ହସିଥିଲେ । ସେ କହିଥିଲେ, ମୁଁ ବର୍ତ୍ତମାନ ଜଣେ ବିବାହିତ ମହିଳା, ଠିକ୍ ଭାବେ କଥା କୁହ । ଭିଡିଓରେ ଏହି ଉତ୍ତର ଶୁଣିବା ପରେ ସମସ୍ତେ ହସିବା ଆରମ୍ଭ କରନ୍ତି । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଦୀପିକା ପାଦୁକୋନ ଏକ ସୁନ୍ଦର ଗୋଲାପୀ ରଙ୍ଗର ସୁଟ ପିନ୍ଧି ଏହି ଇଭେଣ୍ଟରେ ପହଞ୍ଚିଥିଲେ । ସେ ଇନଷ୍ଟାଗ୍ରାମରେ ନିଜର ପାରମ୍ପରିକ ଲୁକ୍ ମଧ୍ୟ ସେୟାର କରିଛନ୍ତି । ଚିତ୍ରଗୁଡ଼ିକରେ ଦୀପିକାଙ୍କ ସୁନ୍ଦର ଚେହେରା ଦେଖି ପ୍ରଶଂସକମାନେ ବହୁତ ଲାଇକ କରୁଛନ୍ତି ।

   Related Posts