ଶୁଟିଙ୍ଗ ସମୟରେ ହୃଦସ୍ପନ୍ଦନ ବଢ଼ିଯିବାରୁ ଅସୁସ୍ଥ ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ

Published By : Prameya-News7 Bureau | June 14, 2022 IST

ମୁମ୍ୱାଇ ୧୪/୦୬ : ହିନ୍ଦି ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଦୀପିକା ଫିଲ୍ମ ଶୁଟିଙ୍ଗ କରିବା ସମୟରେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଫଳରେ ତାଙ୍କୁ ଚିକିତ୍ସା ପାଇଁ ସାଙ୍ଗେସାଙ୍ଗେ ଡାକ୍ତରଖାନାକୁ ନିଆଯାଇଛି। ଦୀପିକା ଏବେ ହାଇଦ୍ରାବାଦରେ ଅଭିନେତା ପ୍ରଭାସଙ୍କ ସହିତ ଫିଲ୍ମ ଶୁଟିଙ୍ଗ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଚାନକ ଦୀପିକାଙ୍କ ହୃତ ସ୍ପନ୍ଦନ ବଢ଼ିଯାଇଥିଲା। ସେଥିପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହାଇଦ୍ରାବାଦରେ କମିନେନୀ ଡାକ୍ତରଖାନାକୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲା। ସେ ଏବେ ହୋଟେଲ୍‌ରେ ବିଶ୍ରାମ ନେଉଛନ୍ତି ଓ ଡାକ୍ତରଙ୍କ ଦେଖାରଖାରେ ଅଛନ୍ତି।

ସେହିପରି ଦକ୍ଷିଣ ଭାରତର ସ୍ତମ୍ବକାର ମନୋବାଲା ବିଜୟବାଲନ ଟୁଇଟ କରି କହିଛନ୍ତି ଦୀପିକା ଏବେ ପୁରା ପୁରି ଠିକ ଅଛନ୍ତି ଓ ପ୍ରୋଜେକ୍ଟର ଶୁଟିଙ୍ଗକୁ ସେ ଫେରିଆସିଛନ୍ତି। କିନ୍ତୁ ଏବେ ସୁଦ୍ଧା ଦୀପିକା ପାଦୁକୋନ ଓ ତାଙ୍କ ଲୋକସମ୍ପର୍କ ଟିମ୍‌ ଏବିଷୟରେ କିଛି କହି ନାହାନ୍ତି। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୀପିକା ଏବେ ବିଶ୍ରାମ ନେଉଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.