ସବୁଠାରୁ ସୁନ୍ଦରୀ ମହିଳା ତାଲିକାରେ ଏକମାତ୍ର ବଲିଉଡ ଅଭିନେତ୍ରୀ, ବିଶ୍ୱସୁନ୍ଦରୀଙ୍କୁ ଲାଗିପାରେ ଝଟ୍‌କା !

Published By : Prameya-News7 Bureau | October 18, 2022 IST

ମୁମ୍ୱାଇ ୧୮/୧୦: ବଲିଉଡରେ ସୁନ୍ଦରୀ ମହିଳାଙ୍କ କଥା ଉଠିଲେ ପ୍ରଥମେ ନାଁ ମୁହଁରେ ଆସେ, ଐଶର୍ଯ୍ୟା ରାୟ । ଏହି ନୀଳନୟନା ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ଦୁନିଆର ସବୁଠୁ ସୁନ୍ଦର ସୁନ୍ଦରୀ ଭାବରେ ଗଣାଯାଏ । ହେଲେ ଏବେ ଲାଗୁଛି ଏହି ଆଉ ଚାଲୁନି ଏହି ସୁନ୍ଦରୀଙ୍କ ରାଜ୍ । ଏବେ ସେ ଏହି ଦୌଡରେ ପଛରେ ପଡିଗଲେଣି । ଯାହା ଜାଣିବା ଐଶ୍ୱର୍ଯ୍ୟା ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ ଦୁନିଆର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଐଶ୍ୱର୍ଯ୍ୟାଙ୍କ ନାମ କୌଣସି ପୋଜିସନରେ ନାହିଁ । କିନ୍ତୁ ଅନ୍ୟ ଏକ ବଲିଉଡ ଅଭିନେତ୍ରୀ ଏହି ତାଲିକାରେ ସ୍ଥାନ ପାଇଛି ।
ସବୁଠୁ ସୁନ୍ଦର ମହିଳାଙ୍କ ତାଲିକା:
ଦୁନିଆର ଶ୍ରେଷ୍ଠ ୧୦ ଜଣ ସୁନ୍ଦର ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ସେହି ଦୌଡରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ନିକଟରେ ବିଜ୍ଞାନ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦର ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ହଲିଉଡ ଅଭିନେତ୍ରୀ ଯୋଡି କୋମର ଏକ ନମ୍ବରରେ ଅଛନ୍ତି । ଏଥି ସହିତ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ । ସେମାନଙ୍କ ବ୍ୟତୀତ ଏହି ତାଲିକାରେ ବିୟୋନ୍ସ ଏବଂ କିମ୍ କାରଦାସିୟାନ୍ ମଧ୍ୟ ସ୍ଥାନ ପାଇଛନ୍ତି ।

wp:html
/wp:html

କେଉଁ ଆଧାରରେ ନିର୍ଣ୍ଣୟ କରାଯାଇଥିଲା ସୌନ୍ଦର୍ଯ୍ୟ?
ସୂଚନା ଥାଉକି, ବ୍ରିଟେନର ପ୍ଲାଷ୍ଟିକ୍ ସର୍ଜନ ଡଃ ଜୁଲିଆନ୍ ଡି ସିଲଭା ନିକଟରେ ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ତାଲିକା ପ୍ରକାଶ କରିଛନ୍ତି । ଡକ୍ଟର ଜୁଲିଆନ୍ ଡି ସିଲଭା ବିଜ୍ଞାନ ଅନୁଯାୟୀ ଏହି ମହିଳାମାନଙ୍କର ତାଲିକା ପ୍ରକାଶ କରିଥିଲେ । ଯାହାକି 'ଗୋଲଡେନ ରେସିଓ ଅପ୍ ବିୟୁଟି' ନାମକ ଏକ ପ୍ରାଚୀନ ଗ୍ରୀକ୍ କୌଶଳରୁ ଅତ୍ୟାଧୁନିକ କମ୍ପ୍ୟୁଟରାଇଜଡ୍ ମ୍ୟାପିଂ କୌଶଳ ବ୍ୟବହାର କରି ବିଜ୍ଞାନ ଅନୁଯାୟୀ ଏହି ମହିଳାମାନଙ୍କର ତାଲିକା ପ୍ରକାଶ କରିଥିଲା । ତାଙ୍କ କହିବାନୁସାରେ, ଯୋଡି କୋମର ଦୁନିଆର ସବୁଠାରୁ ସୁନ୍ଦର ମହିଳା । ରିପୋର୍ଟ ଅନୁଯାୟୀ, ଯୋଡି କୋମରଙ୍କ ମୁହଁରେ ସର୍ବାଧିକ ଗୋଲଡେନ୍ ରେସିଓ ରହିଛି ।
ରେସ୍‌ରେ ଦୀପିକା:

ଯୋଡି ପରେ, ଜେଣ୍ଡାୟା ସର୍ବାଧିକ ଅନୁପାତ ୯୪.୩୭% ପାଇଛନ୍ତି । ଏଥି ସହିତ ତୃତୀୟ ସ୍ଥାନରେ ବେଲା ହଦିଦ୍ ୯୪.୩୫%, ଚତୁର୍ଥ ସ୍ଥାନରେ ବିୟୋନ୍ସ ୯୨.୪୪%, ପଞ୍ଚମ ସ୍ଥାନରେ ଆରିନା ଗ୍ରାଣ୍ଡେ ୯୧.୮୧%, ଷଷ୍ଠ ସ୍ଥାନରେ ଟେଲର ସିଫ୍ଟ ୯୧.୬୪%, ସପ୍ତମ ସ୍ଥାନରେ ଜୋର୍ଡାନ ଡନ୍ ୯୧.୩୯% , ଅଷ୍ଟମ ସ୍ଥାନ କିନ୍ତୁ କିମ କାର୍ଦାଶିଆନ୍ ୯୧.୨୮%, ନବମ ସ୍ଥାନରେ ଦୀପିକା ପାଦୁକୋନ୍ ୯୧.୨୨% ଏବଂ ଦଶମ ସ୍ଥାନରେ ହୋୟନ୍ ଜଙ୍ଗ ୮୯.୬୩% ନାମିତ । ଦୁନିଆର ଶ୍ରେଷ୍ଠ ୧୦ ଜଣ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇବା ପରେ ଦୀପିକାଙ୍କୁ ସୋସିଆଲ ମିଡିଆରେ ଅନେକ ଅଭିନନ୍ଦନ ବାର୍ତ୍ତା ମିଳିଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦୀପିକା ପାଦୁକୋନ ସବୁଠାରୁ ସୁନ୍ଦର ଅଭିନେତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.