ଜନ୍ମ ହେଉ ହେଉ ୭୪୫ କୋଟିର ମାଲିକାଣୀ ହେଲେ ଦୀପିକାଙ୍କ ଝିଅ, ୧୦୦କୋଟି ବଙ୍ଗଳାରେ ହେବେ ସ୍ବାଗତ

Published By : Prameya-News7 Bureau | September 09, 2024 IST

ନୂଆଦିଲ୍ଲୀ ୦୯।୦୯: ମା ହୋଇଛନ୍ତି ଦୀପିକା ପାଦୁକୋନ । ୮ ସେପ୍ଟେମ୍ବରରେ ଏକ କନ୍ୟା ସନ୍ତାନକୁ ଦେଇଛନ୍ତି ଜନ୍ମ । କିନ୍ତୁ ଦୀପିକାଙ୍କ ଝିଅ ଜନ୍ମ ହେବା ମାତ୍ରେ ହୋଇଛନ୍ତି କୋଟିକୋଟିର ମାଲିକାଣୀ । ଦୀପିକା ନିଜର ୧୭ ବର୍ଷର ଫିଲ୍ମ କ୍ୟାରିୟରରେ କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି, ବରଂ ବହୁତ ଟଙ୍କା ମଧ୍ୟ  ବିପୁଳ ଧନ ମଧ୍ୟ ଅର୍ଜନ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୀପିକା ପାଦୁକୋନ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଫି ନେଇଥାନ୍ତି ।

ଅଭିନେତ୍ରୀ ବିଭିନ୍ନ ବିଜ୍ଞାପନ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ପ୍ରତିବର୍ଷ ୪୦ କୋଟି ଟଙ୍କା ରୋଜଗାର କରନ୍ତି । ଏହାସହିତ  ସେ ବ୍ୟବସାୟରୁ ମଧ୍ୟ ଭଲ ରୋଜଗାର କରନ୍ତି । ତାଙ୍କର ଏକ ବିୟୁଟି ବ୍ରାଣ୍ଡ ରହିଛି । ଏହାବ୍ୟତୀତ ସେ ଅନେକ ଲଗଜୁରୀ ଘର ଏବଂ କାରର ମାଲିକ ଅଟନ୍ତି । ଦୀପିକାଙ୍କ ମୋଟ ସମ୍ପତ୍ତି ହେଉଛି ୫୦୦ କୋଟି ଟଙ୍କା । 

ସେହିପରି 'ବ୍ୟାଣ୍ଡ ବାଜା ବାରାତ୍' ସହିତ ବଲିଉଡରେ ଏଣ୍ଟ୍ରି କରିଥିବା ରଣଭୀର ସିଂଙ୍କର ମଧ୍ୟ ବହୁତ ସମ୍ପତ୍ତି ରହିଛି । ଅଭିନେତା ଗୋଟିଏ ଫିଲ୍ମ ପାଇଁ ୩୦-୫୦ କୋଟି ଟଙ୍କା ଫି ନେଇଥାନ୍ତି । ରଣଭୀରଙ୍କ ବାର୍ଷିକ ଆୟ ୨୧ କୋଟି ଟଙ୍କା ବୋଲି କୁହାଯାଉଛି। 

ଲଗଜୁରୀ ଘର ଏବଂ କାର କଲେକ୍ସନ ସହିତ ଅଭିନେତାଙ୍କର ମୋଟ ସମ୍ପତ୍ତି ୩୪୫ କୋଟି ଟଙ୍କା । ଫିଲ୍ମ ବ୍ୟତୀତ ରଣଭୀର ସିଂ ବ୍ୟବସାୟ ଏବଂ ବ୍ୟକ୍ତିଗତ ବିନିଯୋଗରୁ ବହୁତ ରୋଜଗାର କରନ୍ତି । 

ଦୀପିକା ଏବଂ ରଣଭୀରଙ୍କ ମୋଟ ସମ୍ପତ୍ତି ମିଶିଲେ ୭୪୫ କୋଟି ହେଉଛି । ଏହି ଅନୁଯାୟୀ ଦମ୍ପତିଙ୍କ ଝିଅ ଜନ୍ମ ହେବା ପରେ ସେ ୭୪୫ କୋଟିର ମାଲିକାଣୀ ହୋଇଛି । 

ଖବର ଅନୁଯାୟୀ ଦୀପିକା-ରଣଭୀର ମୁମ୍ବାଇର ବାନ୍ଦ୍ରାରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଇଛନ୍ତି । ଯାହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । କୁହାଯାଉଛି ଏହାର ଦାମ୍ ୧୦୦ କୋଟି ଟଙ୍କା । ଏହା ମଧ୍ୟ କୁହାଯାଉଛି ଯେ ଦମ୍ପତି ସେମାନଙ୍କ ଝିଅକୁ ଏହି ନୂଆ ଘରେ ହିଁ ସ୍ବାଗତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.