Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

EX-ବୟଫ୍ରେଣ୍ଡ ସହ ପାର୍ଟି କଲେ ଦୀପିକା ପାଦୁକୋନ, ସେଲିବ୍ରେସନ୍‌ର ଫଟୋ ଭାଇରାଲ

1/06/2023 at 12:15 PM

ମୁମ୍ଵାଇ ୦୧।୦୬: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ମୋଷ୍ଟ ରୋମାଣ୍ଟିକ ତଥା ଡ୍ୟାସିଙ୍ଗ ଅଭିନେତା ରଣବୀର କପୁର। ଫିଲ୍ମ ‘ୟେ ଜୱାନୀ ହୈ ଦେୱାନୀ’ ୧୦ ବର୍ଷ ପୂର୍ବେ ୩୧ ମେ’ରେ ମୁକ୍ତିଲାଭ କରିଥିଲା। ଏହି ବିଶେଷ ଉତ୍ସବକୁ ସେଲିବ୍ରେଟମାନେ ସେଲିବ୍ରେସନ କରିଥିଲେ। ଏହାର ଫଟୋକୁ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସେୟାର କରିଛନ୍ତି। ଯେଉଁଥିରେ ଦୀପିକା ତାଙ୍କ ପୂର୍ବତନ ପ୍ରେମିକଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି। ଫଟୋରେ ଦୁହେଁ ଖୁସିରେ ହସୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଦୀପିକା ଏବଂ ରଣବୀରଙ୍କ ଏହି କ୍ଲୋଜ୍‌ ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ଚଳଚ୍ଚିତ୍ରକୁ ୧୦ ବର୍ଷ ପୁରା ହେବା ପରେ ଅୟାନ୍ ଫିଲ୍ମର ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ରଣବୀର, ଦୀପିକା, ଆଦିତ୍ୟ ଏବଂ କଲକି ଏକାଠି ଠିଆ ହୋଇ ପୋଜ୍ କରୁଛନ୍ତି। ଏହି ସମୟରେ ଦୀପିକାଙ୍କୁ ରଣବୀରଙ୍କ କାନ୍ଧରେ ଅତି ନିକଟତର ଥିବା ଦେଖିବାକୁ ମିଳିଛି। ଫଟୋରେ ସମସ୍ତେ ବହୁତ ଖୁସି ଦେଖାଯାଉଛନ୍ତି ।

ତେବେ ୧୦ ବର୍ଷ ପୁରା ହେବା ପରେ କେବଳ ଫିଲ୍ମର ମୁଖ୍ୟ କଳାକାର ନୁହଁନ୍ତି ଫିଲ୍ମର ସମସ୍ତ କ୍ରୁ ଏହି ସେଲିବ୍ରେସନରେ ଭାଗ ନେଇଥିଲେ। ଏହି ଚାରି ତାରକାଙ୍କ ବ୍ୟତୀତ ଫିଲ୍ମର ନିର୍ମାତା କରଣ ଜୋହର, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏବଂ UTV ମୋସନ ପିକ୍ଚରର ସିଦ୍ଧାର୍ଥ ରୟ କପୁର ମଧ୍ୟ ଏହି ଫଟୋରେ ନଜର ଆସିଥିଲେ।

ଅୟାନ ମୁଖାର୍ଜୀ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି- ‘ଲାଷ୍ଟ ନାଇଟ୍‌ ।’ ଏହା ସହିତ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖାଯାଇଥିଲା । ଏହି ଭିଡିଓ ପୋଷ୍ଟ କରି ଅୟାନ୍ ଲେଖିଛନ୍ତି- ‘ୟେ ଜୱାନୀ ହୈ ଦେୱାନୀ … ମୋର ଦ୍ୱିତୀୟ ସନ୍ତାନ … ମୋ ହୃଦୟର ଖଣ୍ଡ …. ଆଜି ରିଲିଜ୍ ହେବାର ୧୦ ବର୍ଷ ବିତିଗଲାଣି।’

   Related Posts