କପିଳ ଦେବଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ ଦୀପିକା : ସାମନାକୁ ଆସିଲା ‘୮୩’ରେ ତାଙ୍କ ଫାଷ୍ଟ ଲୁକ୍
19/02/2020 at 2:41 PM

ମୁମ୍ବାଇ ୧୯/୨: ମଲଟିଷ୍ଟାରର ଫିଲ୍ମ ‘୮୩’ରେ ରଣବୀର ସିଂହ ଏବଂ ପୂରା ଟିମ୍ ପରେ ଏବେ ଦୀପିକା ପାଦୁକୋଣଙ୍କ ଫାଷ୍ଟ ଲୁକ୍ ସାମନାକୁ ଆସି ସାରିଛି। ଏହି ଫିଲ୍ମରେ ଦୀପିକା ,କପିଲ ଦେବ ଅର୍ଥାତ୍ ରଣବୀର ସିଂହଙ୍କ ପତ୍ନୀ ରୋମି ଭାଟିଆଙ୍କ ଭୂମିକାରେ ନଜର ଆସିବେ। ରୋମି ଭାଟିଆଙ୍କ ଲୁକରେ ଦୀପିକା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

ଦୀପିକା ପାଦୁକୋଣ ଇନଷ୍ଟାରେ ‘୮୩’ରେ ନିଜ ଲୁକ୍ ସେୟାର କରିଛନ୍ତି। ଦୀପିକା ପାଦୁକୋଣଙ୍କ ଲୁକ୍ ତାଙ୍କ ଏବେ ସୁଦ୍ଧା କରିଥିବା ସବୁ ଫିଲ୍ମଠୁ ପୂରା ଅଲଗା। ଏହି ଫଟୋରେ ସର୍ଟ ହେୟାର,ହାଇନେକ୍ ଟପରେ ଦୀପିକା,ରଣବୀରଙ୍କ ହାତ ଧରି ନଜର ଆସିଛନ୍ତି। ଫଟୋରେ ଦୁହିଁଙ୍କ କେମିଷ୍ଟ୍ରିକୁ ଦେଖା ଯାଇ ପାରୁଛି।

ଫିଲ୍ମ ଚଳିତ ବର୍ଷ ଅପ୍ରେଲ୍ ୧୦ତାରିଖରେ ହିନ୍ଦୀ,ତାମିଲ ଏବଂ ତେଲୁଗୁ ଭାଷାରେ ହଲରେ ରିଲିଜ ହେବ।

Related Posts
୫ ଦିନରେ ୫୦୦ କୋଟି ପାର୍, ଶାହରୁଖଙ୍କ ପଠାନ୍ ଭାଙ୍ଗିଲା ରେକର୍ଡ
30 January 2023
ମ୍ୟୁଜିକ୍ କନସର୍ଟରେ ବଲିଉଡ୍ ଗାୟକ କୈଳାଶ ଖେର୍ଙ୍କ ଉପରେ ଆକ୍ରମଣ
30 January 2023