ବାହାଘର ପରେ ରଣବୀର ଦୀପିକାଙ୍କ ସ୍ବପ୍ନର ଘର ହେବ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଘର ମନ୍ନତ ଭଳି !

Published By : Prameya-News7 Bureau | November 06, 2018 IST

ମୁମ୍ବାଇ ୬/୧୧ :  ଆସନ୍ତା ନଭେମ୍ବର ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପଦ୍ମାବତ ଷ୍ଟାରକାଷ୍ଟ ତଥା ବଲିଉଡର ଆଉ ଏକ ଲଭବାର୍ଡ଼ ରଣବୀର ଏବଂ ଦୀପିକା | ଉଭୟଙ୍କ ବିବାହ ଆୟୋଜନ ହୋଇଛି ଇଟାଲୀରେ | ୧୫ ତାରିଖରେ ଇଟାଲୀର ଲେକ କୋମୋରେ ହେବ ବିବାହ ସେଲିବ୍ରେସନ | ସିନ୍ଧି ରୀତିନୀତି ଅନୁସାରେ ହେବାକୁ ଯାଉଛି ଏହି ବାହାଘର | ତେବେ ବାହାଘର ପୂର୍ବର ରୀତିନୀତି ଆରମ୍ଭ ହୋଇସାରିଛି | ଏହି ସେଲିବ୍ରେସନର ଫଟୋ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଛି | ଗତ ରବିବାର ରଣବୀରଙ୍କ ଘରେ ଉଭୟଙ୍କ ହଲଦୀ ରସମ ଥିଲା | ହଳଦୀର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଶୁଣିବାକୁ ମିଳୁଛି ଉଭୟ ଏବେ ତାଙ୍କର ସ୍ବପ୍ନ ଘର ତିଆରି କରିବା ପାଇଁ ପ୍ଲାନ କରୁଛନ୍ତି | ବଲିଉଡ ସୂଚନା ଅନୁସାରେ, ବାହାଘର ପରେ ରଣବୀର ଦୀପିକାଙ୍କ ସହିତ ତାଙ୍କର ପ୍ରଭାଦେବୀ ଫ୍ଲାଟରେ ରହିବେ | କିନ୍ତୁ ସ୍ବପ୍ନର ଘରକୁ ନେଇ ଏହି ଲଭବାର୍ଡ଼ ଅଲଗା କିଛି ପ୍ଲାନ କରିଛନ୍ତି ବୋଲି ଶୁଣିବାକୁ ମିଳିଛି | ଦୀପିକା ଏବଂ ରଣବୀର ମୁମ୍ବାଇରେ ଏକ ପ୍ରାଇମ ଲୋକେଶନରେ ସମ୍ପତ୍ତି ଖୋଜୁଥିବା ଜାଣିବାକୁ ମିଳିଛି | ନିଜର ସ୍ବପ୍ନର ଘର ତିଆରି ପାଇଁ ସମ୍ଭବତଃ ସମସ୍ତ ଚେଷ୍ଟା ଚଳାଇଛନ୍ତି ରଣବୀର ଆଉ ଦୀପିକା | ଶୁଣିବାକୁ ମିଳୁଛି, ରଣବୀର ଆଉ ଦୀପିକାଙ୍କ ସ୍ବପ୍ନର ମହଲା ଶାହରୁଖ ଖାନଙ୍କ ଘର ମନ୍ନତ ଭଳି ହେବ ଯାହାର ମୂଲ୍ୟ ପାଖାପାଖି ୭୦ କୋଟି | ଦୀପିକା ଏବେ ତାଙ୍କ ବାଙ୍ଗାଲୋର ସ୍ଥିତ ଘରେ ଅଛନ୍ତି | ରଣବୀର ଏବେ ରୋହିତ ସେଟ୍ଟୀ ନିର୍ଦେଶିତ ସିମ୍ବା ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି | ସୂଚନାଯୋଗ୍ୟ ଯେ, ରଣବୀର ଏବଂ ଦୀପିକା ବାହାଘର ପରେ ଦୁଇଟି ରିସେପ୍ସନ ପାର୍ଟିର ଆୟୋଜନ ହେବ | ଗୋଟିଏ ରିସେପ୍ସନ ମୁମ୍ବାଇରେ ହେବାକୁ ଥିବାବେଳେ ଆଉ ଗୋଟିଏ ବାଙ୍ଗାଲୋରରେ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.