ଦୀପିକା ରଣବୀରଙ୍କ ବିବାହ ସମ୍ପନ୍ନ

Published By : Prameya-News7 Bureau | November 14, 2018 IST

ମୁମ୍ବାଇ ୧୪/୧୧: ବିବାହ ବନ୍ଧନରେ ବାନ୍ଧିହେଲେ ରଣବୀର ଏବଂ ଦୀପିକା। ପାରମ୍ପରିକ ଚିତ୍ରପୁର ସାରସ୍ବତ ଷ୍ଟାଇଲରେ ଆଜି ଉଭୟଙ୍କ ବାହାଘର ସରିଛି। ଆସନ୍ତା କାଲି ସିନ୍ଧି ଆନନ୍ଦ କରାଜ ପରମ୍ପରା ଅନୁଯାୟୀ ତାଙ୍କର ବାହାଘର ଅନୁଷ୍ଠିତ ହେବ। ଦୀପ –ବୀର ୨୦୧୩ମସିହାରୁ ସମ୍ପର୍କରେ ଥିଲେ ଏବଂ ଅକ୍ଟୋବରରେ ବିବାହ କରିବେ ବୋଲି ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ଆଜି ଇଟାଲୀର ଲେକ୍ କୋମୋଠାରେ ପାରମ୍ପରିକ ରୀତିନୀତି ଅନୁସାରେ ଦୀପ-ବୀରଙ୍କ ବିବାହ ଅନୁଷ୍ଠିତ ହୋଇଛି। ସେମାନେ ବିବାହ ପୂର୍ବରୁ ମୁଦି ଅଦଳବଦଳ କରିଥିଲେ। ଦୀପ-ବୀର ଏକାଠି ରାମଲୀଲା,ବାଜିରାଓ ମସ୍ତାନୀ ଏବଂ ପଦ୍ମାବତୀ ଫିଲ୍ମରେ କାମ କରିଥିଲେ। ଉଭୟଙ୍କ ବିବାହ ସମ୍ପନ୍ନ ହେବା ପରେ କରଣ ଜୋହର ଟ୍ବିଟ ଜରିଆରେ ବିବାହର ଶୁଭେଛ୍ଛା ଜଣାଇଥିଲେ। ଧଳା ରଙ୍ଗର ପୋଷାକ ପିନ୍ଧି ଅତିଥିମାନେ ତାଙ୍କ ବାହାଘରରେ ସାମିଲ ହୋଇଥିଲେ। ନିମନ୍ତ୍ରଣପତ୍ରଠାରୁ ଆରମ୍ଭ କରି ସବୁ ଜିନିଷ ଧଳା ରଙ୍ଗରେ ସଜା ହୋଇଥିଲା। ଦୁଇ ଦମ୍ପତ୍ତିଙ୍କ ବିବାହ ପୋଷାକ ମଧ୍ୟ ଧଳା ରଙ୍ଗର ଥିଲା କାରଣ ଦୁଇଜଣଙ୍କ ପ୍ରିୟ ରଙ୍ଗ ଧଳା। ତାଙ୍କର ପୋଷାକ ଡିଜାଇନ୍ କରିଥିଲେ ସବ୍ୟସାଚୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.