ଦୀପିକା କରିବେ ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଉଦଘାଟନ, ଏହି ସମ୍ମାନ ହାସିଲ୍ କରିବାର ପ୍ରଥମ ଅଭିନେତ୍ରୀ

Published By : Prameya-News7 Bureau | December 06, 2022 IST

ମୁମ୍ଵାଇ ୦୬।୧୨: ବର୍ତ୍ତମାନ ଫିଫା ୱାର୍ଲ୍ଡକପ୍‌ ୨୦୨୨ କତାରରେ ଚାଲିଛି।  ଏହି ୱାର୍ଲ୍ଡକପ୍‌ରେ ବିଶ୍ୱର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ୧୮ ଡିସେମ୍ବରରେ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ଅଭିନେତ୍ରୀ ଫିଫା ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ। ପ୍ରକାଶ ଯେ, ଫିଫା ବିଶ୍ୱକପ ଟ୍ରଫିର ଫାଇନାଲ ଉଦଘାଟନ କରିବାକୁ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଆସିବେ। ଯେଉଁଥି ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି।

ତେବେ ୩୬ ବର୍ଷର ଦୀପିକା ପାଦୁକୋନ ହେଉଛନ୍ତି ପ୍ରଥମ ଅଭିନେତ୍ରୀ ଯିଏକି ବିଶ୍ୱର ସର୍ବାଧିକ ଦେଖାଯାଉଥିବା କ୍ରୀଡା ଇଭେଣ୍ଟରେ ଏଭଳି ସମ୍ମାନ ପାଇଛନ୍ତି । ଡିସେମ୍ବର ୧୮ରେ, ଦୀପିକା ପାଦୁକୋନ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ବିଶ୍ୱକପ ଟ୍ରଫି ଉଦ୍ଘାଟନ କରିବେ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ଫିଫା ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି କତାରର ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ ପାଇଁ ଚର୍ଚ୍ଚାରେ ଥିଲେ। ସେ ବିଶ୍ୱକପର ଗୀତ 'ଲାଇଟ୍ସ ଦି ସ୍କାଏ'ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ।

ଅନ୍ୟପକ୍ଷରେ ଦୀପିକା ପାଦୁକୋନଙ୍କ ୱାର୍କଫ୍ରନ୍ଟ ବିଷୟରେ କହିବାକୁ ଗଲେ ଖୁବ୍ ଶୀଘ୍ର ତାଙ୍କୁ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ ଖାନଙ୍କ ସହ ବଡ ପରଦାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଏହି ଦୁଇଜଣଙ୍କ ସହ ଅଭିନେତା ଜନ୍ ଅବ୍ରହାମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ପଠାନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହା ଆସନ୍ତା ମାସ ଅର୍ଥାତ୍‌ ଜାନୁୟାରୀରେ ରିଲିଜ୍‌ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.