ବିଗିଡିଲା ଦୀପିକାଙ୍କ ସ୍ଵାସ୍ଥ୍ୟବସ୍ଥା, ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ହେଲେ ଭର୍ତ୍ତି !

Published By : Prameya-News7 Bureau | September 28, 2022 IST

ମୁମ୍ଵାଇ ୨୮।୦୯: ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ । ତାଙ୍କର ସ୍ୱାସ୍ଥ୍ୟ ହଠାତ୍ ପୁଣି ଥରେ ଖରାପ ହୋଇଛି। ନିଶ୍ଵାସ ନେବାରେ ଅସୁବିଧା ଅନୁଭବ ହେଉଥିଲା ଏଥିପାଇଁ ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଦୀପିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଅନେକ ପରୀକ୍ଷା କରାଯାଇଥିଲା। କିନ୍ତୁ ଏ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଅଫିସିଆଲି ଭାବେ ପ୍ରକାଶ କରାଯାଇ ନାହିଁ।

ପ୍ରାୟ ଏକ ମାସ ପୂର୍ବରୁ ଦୀପିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେତେବେଳେ ସେ ହାଇଦ୍ରାବାଦରେ ଫିଲ୍ମ 'ପ୍ରୋଜେକ୍ଟ କେ' ପାଇଁ ସୁଟିଂ କରୁଥିଲେ। ତା’ପରେ ତାଙ୍କର ହୃଦସ୍ପନ୍ଦନ ବୃଦ୍ଧି ହୋଇଥିଲା । ସେତେବେଳେ ଦୀପିକାଙ୍କୁ ପରୀକ୍ଷା ପାଇଁ କାମିନେନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ପ୍ରାୟ ଅଧା ଦିନ ହସ୍ପିଟାଲରେ ଥିଲେ। ଯେତେବେଳେ ହାଇଦ୍ରାବାଦରେ ଦୀପିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ଫିଲ୍ମର ନିର୍ମାତା ଏହାକୁ ଅସ୍ୱୀକାର କରିଥିଲେ। କହିଥିଲେ କି ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ଯାଇଥିଲେ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକାଙ୍କ ହାତରେ ଅନେକ ବଡ ବଡ ପ୍ରୋଜେକ୍ଟ ଅଛି। ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି 'ପଠାନ୍' । ସେ ଶାହାରୁଖଙ୍କ ବିପକ୍ଷରେ ଅଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ ୨୦୨୩ରେ ପ୍ରେକ୍ଷାଳୟକୁ ଆସିବ। ଏହା ବ୍ୟତୀତ ଦୀପିକା ହ୍ରିତିକ ରୋଶନଙ୍କ ସହ 'ଫାଇଟର୍'ର ସୁଟିଂ କରୁଛନ୍ତି। ଏହା ବ୍ୟତୀତ 'ପ୍ରୋଜେକ୍ଟ କେ'ରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.